Home ଓଡ଼ିଶା ଯୋଡା : ରାଜପଥ ଉପରେ ଛିଡା ହୋଇ ରହିଛି ପ୍ରକାଣ୍ଡକାୟ ଯନ୍ତ୍ରାଂଶ

ଯୋଡା : ରାଜପଥ ଉପରେ ଛିଡା ହୋଇ ରହିଛି ପ୍ରକାଣ୍ଡକାୟ ଯନ୍ତ୍ରାଂଶ

59

ଯୋଡା, ୨୪ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରକାଣ୍ଡକାୟ ଯନ୍ତ୍ରାଂଶ ମାନ ରେଳଧାରଣା ଅତିକ୍ରମ କରିବା ବିପଦଜନକ ହୋଇଥିବା ବେଳେ କେତେକ ଦକ୍ଷିଣ ପୂର୍ବ ରେଳ କର୍ମଚାରୀ ଏହି ଯନ୍ତ୍ରାଂଶ ଗୁଡିକୁ ରାତି ଅଧିଆ ଅନୈତିକ ଭାବେ ରେଳ ଧାରଣା ଅତିକ୍ରମ କରାଇ ପ୍ରଚୁର ଅର୍ଥ ଉପାର୍ଜନ କରୁଥିବା ବେଳେ ଏହା ଯେକୌଣସି ସମୟରେ ବଡଧରଣର ଦୁ୍‌ର୍ଘଟଣାର କାରଣ ପାଲଟିପାରେ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ କେତେକ ସଚେତନ ବ୍ୟକ୍ତି ଦକ୍ଷିଣ ପୂର୍ବ ରେଳବାଇର ଚାଇବାସାସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଟ୍ୱିଟର ମାଧ୍ୟମରେ ଜଣାଇବା ପରେ ଏବେ ଅନେକ ଗୁଡିଏ ଅତିକାୟ ଯନ୍ତ୍ରାଂଶ ରେଳଧାରଣା ଅତିକ୍ରମ କରିନପାରି ୫୨୦ନଂ ଜାତୀୟ ରାଜପଥର ବିଲେଇପଦା ଠାରେ ୧୦ଦିନ ଧରି ଅଟକି ରହିଥିବା ଦେଖିବାକୁ ମିଳିଛି। ଫଳରେ ଏହା ଦ୍ୱାରା ରାଜପଥ ଉପରେ ଦୁର୍ଘଟଣାକୁ ମଧ୍ୟ ଏଡାଇଦିଆଯାଇନପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରେଳ ବିଭାଗର ନିୟମ ମୁତାବକ ନିର୍ଦ୍ଧିଷ୍ଟ ଆକାର ଠାରୁ କୌଣସି ଅତିକାୟ ପଦାର୍ଥ ରେଳ ଧାରଣା ଦେଇ ଅତିକ୍ରମ କଲେ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ପ୍ରାପ୍ତ ହେବା ଜରୁରୀ ରହିଥାଏ। ଏହି ପଦାର୍ଥକୁ ରେଳବାଇ ପକ୍ଷରୁ ଓଭର ଡାଇମେନସନାଲ କନସାଇମେଣ୍ଟ (ଓଡିସି) କୁହାଯାଇଥାଏ। ତେବେ ସ୍ଥାନୀୟ ଅଧିକାରୀମାନେ ଏହି ଅତିକାୟ ଯନ୍ତ୍ରାଂଶକୁ ରେଳ ଧାରଣା ଅତିକ୍ରମ କରାଇବା ପାଇଁ ରେଳ ବିଭାଗର ଅଗୋଚରରେ ବିପଦପୂର୍ଣ୍ଣ ଭାବେ ଅତିକ୍ରମ କରାଉଥିବା ନଜିର ରହିଛି। ଯାହାଦ୍ୱାରା ରେଳ ଧାରଣା ଉପରେ ଯାଇଥିବା ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏହା ଦୁର୍ଘଟଣାକୁ ଯେକୌଣସି ମୁହୁର୍ତ୍ତରେ ଆମନ୍ତ୍ରଣ କରିପାରେ। ଏତଦ୍‌ବ୍ୟତୀତ ରେଳଧାରଣାର ଉଭୟ ପାଶ୍ୱର୍ରେ ଥିବା ଫାଟକର ବ୍ୟାରିକେଟକୁ ଖୋଲିବାକୁ ପଡିଥାଏ, ଯାହା ରେଳବାଇର ନିୟମ ବର୍ହିଃଭୂତ। ଏହି ବିପଦପୂର୍ଣ୍ଣ କାର୍ଯ୍ୟ ଦ୍ୱାରା ନିୟମିତ ଭାବେ ୫୨୦ନଂ ଜାତୀୟ ରାଜପଥ ଉପରେ ଆସୁଥିବା ବୃହତ୍ତକାୟ ଯନ୍ତାଂଶ ଦେଓଝର ଲେବୁଲ କ୍ରସିଂ ଦେଇ ଝାଡଖଣ୍ଡର ନୂଆମୁଣ୍ଡିସ୍ଥିତ ଏକ ନିର୍ଦ୍ଧିଷ୍ଟ କାରଖାନାକୁ ଯାଇଥାଏ। ତେବେ ଏ ସଂକ୍ରାନ୍ତରେ ଡିଆରଏମ୍ ଜାଣିବା ପରେ ଏଥିପାଇଁ ଅନୁମତି ପ୍ରଦାନ କରିନଥିବାରୁ ତାହା ଦୀର୍ଘ ୧୦ଦିନ ହେବ ରାସ୍ତା ଉପରେ ଅଟକି ରହିଛି। ଯନ୍ତ୍ରାଂଶ ଗୁଡିକୁ ଅତିକ୍ରମ କରାଇବା ପାଇଁ ପୂର୍ବରୁ ରେଳବାଇଠାରୁ ଅନୁମତି ନେବାର ଆବଶ୍ୟକତା ରହିଥିବା ବେଳେ ବିନା ଅନୁମତିରେ ଏହା କିପରି ଏହା ଟ୍ରଲର ସାହାଯ୍ୟରେ ପରିବହନ କରାଯାଉଛି, ଏନେଇ ଆଞ୍ଚଳିକ ପରିବହନ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.