Home କେନ୍ଦୁଝର ଯୋଡା : ଯୋଡାରେ ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା

ଯୋଡା : ଯୋଡାରେ ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା

34

ଯୋଡା, ୧୫ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ହର୍ସଉଲ୍ଲାସର ସହ ଯୋଡା ସହରର ବିଭିନ୍ନ ସ୍ଥାନରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଯୋଡା ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ଯୋଡା ପୌରାଧ୍ୟକ୍ଷ ଡା. ଜଗଦିଶ ପ୍ରସାଦ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ସମେତ ସମସ୍ତ କାଉନସିଲର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ସେହିପରି ଯୋଡା ବ୍ଲକରେ ଅଧ୍ୟକ୍ଷ କବୀନ୍ଦ୍ର ନାଏକ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଯୋଡା ଟ୍ରକ ମାଲିକ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ଠାରେ ସମ୍ପାଦକ ସୁଶାନ୍ତ କୁମାର ବାରିକ୍ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଟ୍ରକ ମାଲିକମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। କମାରଯୋଡାଠାରେ ଅବସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜେଡି ନଗରସଭାପତି ଚତୁର୍ଭୁଜ ପଲେଇ ପତାକା ଉତ୍ତୋଳନ କରିଥିବା ବେଳେ ବିଭିନ୍ନ ୱାର୍ଡରୁ କର୍ମିମାନେ ସେଠାରେ ଯୋଗଦେଇଥିଲେ। ସେହିପରି ରୋଟାରୀ କ୍ଲବ ପକ୍ଷରୁ ଖୁଣ୍ଟପାଣି ବିଦ୍ୟାଳୟ ଠାରେ ଛାତ୍ର, ଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କ ଗହଣରେ ସଭାପତି ରୋଟାରୀଆନ ରାକେଶ ସିଙ୍ଗାଣିଆ ପତାକା ଉତ୍ତୋଳନ କରିଥିଲେ। ଏଥିରେ ରୋଟାରୀ କ୍ଲବର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ପରେ ଯୋଡାସ୍ଥିତ ବୃଦ୍ଧାଶ୍ରମରେ ଓ କେନ୍ଦ୍ରୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଗ୍ରାମାଞ୍ଚଳରୁ ଯୋଡା ସହରକୁ ବିଭିନ୍ନ ନାମ ମାତ୍ର ଚାଷୀ ଆସି ବ୍ୟବସାୟ କରୁଥିବା ବେଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଲବ ପକ୍ଷରୁ ୧୨୦ଜଣଙ୍କୁ ଛତା ବଣ୍ଟନ କରାଯାଇଥିଲା। ପ୍ରେସ କ୍ଲବ ପକ୍ଷରୁ ଯୋଡା ବସ୍ ଷ୍ଟାଣ୍ଡ ଠାରେ ଯୋଡା ପୌରାଧ୍ୟକ୍ଷ ପତାକା ଉତ୍ତୋଳନ କରିଥିଲେ। ଏଥିରେ ନିର୍ବାହୀ ଅଧିକାରୀଙ୍କ ସମେତ ପୌରକର୍ମଚାରୀମାନେ ଯୋଗଦେଇଥିବା ବେଳେ ତାଙ୍କ ସହିତ ବସ୍ ଷ୍ଟାଣ୍ଡର ସମସ୍ତ ବ୍ୟବସାୟୀ, ଟ୍ରଲି ଚାଳକ ଓ ଅଟୋ ଚାଳକମାନେ ଯୋଗଦେଇଥିଲେ। ପରେ ଅଟୋ ଚାଳକମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଯୋଡା ପରିକ୍ରମା କରିଥିଲା। ଯୋଡା ଅଞ୍ଚଳରେ ଅବସ୍ଥିତ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟମାନଙ୍କରେ ମଧ୍ୟ ମହାଧୁମଧାମରେ ଏହି ସ୍ୱାଧୀନତା ଦିବସ ପାଳନ କରାଯାଇଛି। ବିଜେପି ଯୋଡା ନଗର ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଯୋଡା ନଗର ପରିକ୍ରମା କରିଥିଲା। ସେହିପରି ଅଙ୍ଗନୱାଡି ଓ ବିଭିନ୍ନ ସଂଘ ପକ୍ଷରୁ ଶୋଭାଯାତ୍ରାମାନେ ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.