Home ଓଡ଼ିଶା ଯୋଡା – ଯୈାତୁକ ନିର୍ଯାତନା ମାମଲା; ସ୍ୱାମୀ ଓ ଶ୍ୱଶୁର ଅଟକ

ଯୋଡା – ଯୈାତୁକ ନିର୍ଯାତନା ମାମଲା; ସ୍ୱାମୀ ଓ ଶ୍ୱଶୁର ଅଟକ

283

ଯୋଡା, ୨୭ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶାଶୁ, ଶ୍ୱଶୁର ଓ ସ୍ୱାମୀ ଶାରିରୀକ ଓ ମାନସୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଯୋଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି ବସ୍ ଷ୍ଟାଣ୍ଡ ପୁରୁଣା ଥାନା ପଛପଟେ ଥିବା ଶାନ୍ତି କଲୋନୀରେ ରହୁଥିବା ଅନୀତା କର୍ମକାର । ଅନୀତା ଅଭିଯୋଗ ମୁତାବକ ସ୍ୱାମୀ କାର୍ତ୍ତିକ କର୍ମକାର, ଶାଶୁ ସନ୍ଧ୍ୟା କର୍ମକାର, ଶ୍ୱଶୁର ବଂଶିଧର କର୍ମକାରଙ୍କ ନାମରେ ମାମଲା ଋଜୁ କରି ସ୍ୱାମୀ ଓ ଶ୍ୱଶୁରଙ୍କୁ ମଙ୍ଗଳବାର ଯୋଡା ପୁଲିସ ଥାନାରେ ଅଟକ ରଖିଛି । ସୂଚନାରୁ ପ୍ରକାଶ ଯେ, ଗତ ୨୦୧୮ ମସିହା ଅଗଷ୍ଟ ମାସ ୨୧ ତାରିଖରେ ଝାଡଖଣ୍ଡ ରାଜ୍ୟର ଧାନଛତରି ଗ୍ରାମର ବଂଶିଧର କର୍ମକାରଙ୍କ ପୁଅ କାର୍ତ୍ତିକ କର୍ମକାରଙ୍କୁ ଅନୀତା ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ଏକ ୯ ମାସର ପୁତ୍ର ସନ୍ତାନ ମଧ୍ୟ ରହିଛି । ଏହି ପୁତ୍ର ସନ୍ତାନର ଏକୋଇଶା ପରେ ସେମାନେ ସମସ୍ତେ ଯୋଡା ଚାଲିଆସିଥିଲେ । ହେଲେ ପୁତ୍ର ଜନ୍ମ ପର ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର ମଧ୍ୟରେ ବିଭିନ୍ନ କଥାକୁ ନେଇ ଦ୍ୱନ୍ଦ ଚାଲିଆସିଛି । ସ୍ୱାମୀ, ଶାଶୁ ଓ ଶ୍ୱଶୁର ବିଭିନ୍ନ ସମୟରେ ବାପ ଘରୁ ଟଙ୍କା ଓ ସୁନା ଗହଣା, ଆସବାବପତ୍ର ଆଣିବା ପାଇଁ ଅନୀତା ଉପରେ ଚାପ ପ୍ରୟୋଗ କରିଆସୁଥିଲେ । ନହେଲେ ଶାରୀରିକ ଓ ମାନଶୀକ ନିର୍ଯ୍ୟାତନା ଦେଉଥିଲେ । ଅନୀତାଙ୍କ ବାପା ଓ ମାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଯୈାତୁକ ସାମଗ୍ରୀ ନଦେଲେ ତାଙ୍କର ଝିଅକୁ କିରୋସିନ ଢାଳି ନିଆଁ ଲଗାଇଦେବେ ବୋଲି ମଧ୍ୟ ଧମକ ଦେଉଆସୁଥିଲେ । ଏପରିକି ଅଧିକାଂଶ ସମୟରେ ମାଡମାରି ଅନୀତାଙ୍କୁ ରକ୍ତାକ୍ତ କରିପକାଉଥିଲେ । ଜୀବନରୁ ମାରିଦେବାକୁ ମାରଣାଅସ୍ତ୍ର ଦେଖାଇ ଧମକ ଦେଉଥିଲେ । ଏସବୁ ନିର୍ଯ୍ୟାତନା ଅନୀତା ସହ୍ୟ କରିନପାରି ଶେଷରେ ଯୋଡା ଥାନାର ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ପୂର୍ବରୁ ଅନୀତା ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ମହିଳା ସମିତିର ସହାୟତା ନେଇଥିଲେ । ଫଳରେ ସ୍ୱାମୀ ଓ ଶ୍ୱଶୁରଙ୍କ ରାଗ ଆଶାତିତ ଭାବେ ବଢି ଯାଇଥିଲେ । ଗତ ୨୫ ତାରିଖ ଦିନ ଶାଶୁ, ଶ୍ୱଶୁର ଓ ସ୍ୱାମୀ ଅନୀତାଙ୍କୁ ନିସ୍ତୁକ ମାଡ ମାରିବା ସହ ହାତ ଗୋଡ ବାନ୍ଧି ତଣ୍ଟି ତିପି ମାରିଦେବାକୁ ଉଦ୍ୟମ କରିଥିଲେ । କୌଣସି ଉପାୟରେ ଅନୀତା ନିଜ ଜୀବନ ବଞ୍ଚାଇ ସେଠାରୁ ଖସିଆସି ଯୋଡ ଥାନାରେ ଏହି ଅଭିଯୋଗ କରିଛନ୍ତି । ପୁଲିସ କେଶ ନଂ. ୮୮/୨୦ରେ ଯୈାତୁକ ନୀରାକରଣ ଆଇନ ଅନୁଯାୟୀ ୪୯୮ (ଏ), ୫୦୬, ୩୪ ପିଙ୍ଗଳକୋର୍ଡ ଅନୁଯାୟୀ ମାମଲା ଋଜୁ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.