Home ଓଡ଼ିଶା ଯୋଡା – ଯୁବ ସାମ୍ବାଦିକଙ୍କ ଉଦ୍ୟମରେ ମାନଶୀକ ବିକାରଗ୍ରସ୍ଥ ନିରାଶ୍ରୟ ଝୁନୁକୁ ମିଳିଲା ନୂଆ ଜୀବନ

ଯୋଡା – ଯୁବ ସାମ୍ବାଦିକଙ୍କ ଉଦ୍ୟମରେ ମାନଶୀକ ବିକାରଗ୍ରସ୍ଥ ନିରାଶ୍ରୟ ଝୁନୁକୁ ମିଳିଲା ନୂଆ ଜୀବନ

195

ଯୋଡା, ୧୬/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ସହରରେ ଅସୁରକ୍ଷିତ ଅବସ୍ଥାରେ ଏଣେ ତେଣେ ବୁଲୁଥିବା ଏକ ମାନଶୀକ ବିକାରଗ୍ରସ୍ଥ ନିରାଶ୍ରୟ ୨୦-୨୨ ବର୍ଷର ଯୁବତୀକୁ ମିଳିଛି ନୂଆ ଜୀବନ । ଯୋଡାସ୍ଥିତ ଟାଟାଷ୍ଟିଲ ଫଉଣ୍ଡେସନ ଅଧିକାରୀଙ୍କ ପ୍ରୟାସ ପରେ ଝୁନୁକୁ ଭୁବନେଶ୍ୱର ଜାଆଁଳସ୍ଥିତ ମିସନ ଆଶ୍ରା ପୁନଃ ଥଇଥାନ କେନ୍ଦ୍ରରେ ମିଳିଛି ଆଶ୍ରୟ । ସେଠାରେ ଝୁନୁକୁ କୋଭିଡ ପରୀକ୍ଷା ପରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ସଫା ସୁତରା କରାଯିବା ସହିତ ସେଠାରେ ଥଇଥାନ କରାଯାଇଛି । ସତେ ଯେମିତି ଝୁନୁ ନୂଆ ଜୀବନ ପାଇଛି । ଘଟଣାରୁ ପ୍ରକାଶ ଗତ ଶୁକ୍ରବାର ସନ୍ଧ୍ୟାରେ ମାନଶୀକ ବିକାରଗ୍ରସ୍ଥ ଯୁବତୀ ଝୁନୁ ପଶ୍ଚିମ ଯୋଡା ଟାଟା ଷ୍ଠିଲ କଲୋନୀରେ ଅସୁରକ୍ଷୀତ ଅବସ୍ଥାରେ ଘୁରିବୁଲୁଥିବା ବେଳେ ଏ ନେଇ କେତେକ ବ୍ୟକ୍ତି ସାମ୍ବାଦିକ ସତ୍ୟଜିତ୍ ଦାସଙ୍କୁ ଯୋଗାଯୋଗ କରିଥିଲେ । ତାଙ୍କର ଉଦ୍ୟମ ଫଳରେ ଟାଟା ମ୍ପାନୀଙ୍କ କର୍ପୋରେଟ କମ୍ୟୁନିକେସ ମ୍ୟାନେଜର ଆଶିଶ କୁମାର ଆଚାର‌୍ୟ୍ୟଙ୍କ ସହଯୋଗକ୍ରମେ ଟାଟା ଷ୍ଟିଲ ଦ୍ୱାରା ପରଚାଳିତ ଯୋଡା ୱେଷ୍ଟରେ ଥିବା ବାଳିକା ରେସିଡେନ୍ସିସିଆଲ ବ୍ରିଜକୋର୍ସ ସେଣ୍ଟରରେ ତାଙ୍କୁ ୨ଦିନ ରଖାଯାଇଥିଲା । ଆର.ବି.ସି.ର ଅଧିକାରୀମାନେ ୨ଦିନ ଝୁନୁର ଯତ୍ନ ନେବା ପରେ କମ୍ପାନୀର ଅଧିକାରୀମାନେ ଯୋଗାଯୋଗ କରି ଭୁବନେଶ୍ୱରର ଜାଆଁଳାସ୍ଥିତ ମିସନ ଆଶ୍ରା ଠାରେ ତାଙ୍କୁ ଥଇଥାନ କରିଛନ୍ତି । ଏହି ସଂସ୍ଥା ମାନଶୀକ ବିକାରଗ୍ରସ୍ଥ ମହିଳାଙ୍କ ପୁନଃ ଉଦ୍ଧାର ଏବଂ ଥଇଥାନ କ୍ଷେତ୍ରରେ ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ୍ୱ ହେବ କାର‌୍ୟ୍ୟ କରିଆସୁଛନ୍ତି । ତେବେ ଏହା ଏବେ ଝୁନୁର ନୂଆ ଆଶ୍ରୟସ୍ଥଳି ପାଲଟିଥିବା ବେଳେ ତାର ଉତ୍ତମ ଯତ୍ନ ନିଆଯାଉଛି । ଝୁନୁ ତାର ପରିଚୟ ଦେଇପାରୁନଥିବା ବେଳେ କେବଳ ନିଜର ନାମ ଝୁନୁ ବୋଲି କହିଛି । ଖୁବ୍ ଶୀଘ୍ର ସେ ସୁସ୍ଥ ହେଲେ ହୋଇ ସେ ମୁଖ୍ୟ ସ୍ରୋତକୁ ଫେରିଆସିବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.