Home ଓଡ଼ିଶା ଯୋଡା : ମୁକ୍ତା ଯୋଜନାରେ ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ

ଯୋଡା : ମୁକ୍ତା ଯୋଜନାରେ ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ

26

ଯୋଡା, ୨୫ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ସରକାରଙ୍କ ଦ୍ୱାରା ପ୍ରଚଳିତ ମୁକ୍ତା ଯୋଜନାରେ ଶୁକ୍ରବାର ପୂର୍ବାହ୍ନରେ ପୌରପାଳିକା ସଭାଗୃହରେ ଆୟୋଜିତ ଏକ ବୈଠକରେ ଯୋଡା ପୌରପାଳିକାରେ କାର୍ଯ୍ୟରତ ୩୧ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରାଯାଇଥିବା ଜଣାପଡିଛି । ଏହି ଯୋଜନାରେ ସେମାନଙ୍କୁ ନୂତନ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ ୬୫ଜଣ ହିତାଧିକାରୀଙ୍କୁ ଭୁମିଅଧିକାର ପ୍ରମାଣପତ୍ର ଓ ୧୯ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବତ୍ତା ପ୍ରଦାନ କରାଯାଇଥିବା ଜଣାପଡିଛି । ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗଦେଇ କାର୍ଯ୍ୟାଦେଶ, ଭୁମି ଅଧିକାର ପ୍ରମାଣପତ୍ର ଏବଂ ଭତ୍ତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଯୋଡା ପୌରପାଳିକାର କାର୍ଯନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ସହକାରୀ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.