Home ଓଡ଼ିଶା ଯୋଡା : ବ୍ଲକସ୍ଥରୀୟ ଭିଜିଲାନ୍ସ କମିଟି ଗଠିତ

ଯୋଡା : ବ୍ଲକସ୍ଥରୀୟ ଭିଜିଲାନ୍ସ କମିଟି ଗଠିତ

49

ଯୋଡା, ୧୪ା୯: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସରକାର ଖାଦ୍ୟ ସୁରକ୍ଷା ଆଇନକୁ କଡାକଡି ଭାବେ କାର୍ଯ୍ୟକାରି କରୁଥିବା ବେଳେ ଗରିବ ଏବଂ ଅତିଗରିବ ଶ୍ରେଣୀର ହିତାଧିକାରୀମାନଙ୍କୁ ବିନା ମୂଲ୍ୟ କିମ୍ବା ସ୍ୱଳ୍ପ ମୂଲ୍ୟରେ ପଡି ସାମଗ୍ରୀ ଯୋଗାଇଦେଇଆସୁଛନ୍ତି । ଅଗ୍ରାଧିକାର ବର୍ଗ ପରିବାର, ଅନ୍ତ୍ୱଦ୍ୱୟ ଅନ୍ନ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଏହି ପଡି ସାମଗ୍ରୀ ଯୋଗାଇଦିଆଯାଉଥିବା ବେଳେ ଯୋଡା ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୧୯ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୮ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ତେବେ କେତେକ କ୍ଷେତ୍ରରେ ହିତାଧିକାରୀମାନଙ୍କର ଆଧାର ସଂଯୋଗର ବୈଧତା ନଥିବାରୁ ସେମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ସରକାରଙ୍କ ଏହି ଖାଉଟି ସାମଗ୍ରୀ କିଭଳି ଭାବେ ସେମାନଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିପାରିବ ତାହାର ଯଥାଯଥ ତଦାରଖ କରିବା ପାଇଁ ଏକ ବ୍ଲକସ୍ଥରୀୟ ଭିଜିଲାନ୍ସ କମିଟି ଗଠନ କରାଯାଇଥିବା ଜଣାପଡିଛି । ଏଥିରେ କେନ୍ଦୁଝର ଜିଲା ସାଂସଦ ପ୍ରତିନିଧି ଭାବେ ଜନାର୍ଦ୍ଦନ ସିଦ୍ଧୁ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଯୋଡା ବ୍ଲକ ଅଧ୍ୟକ୍ଷା ସୁକୁମାରୀ ଦେହୁରୀ, ଉପାଧ୍ୟକ୍ଷ ବିଶ୍ୱଜିତ୍ ନାଏକ, ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ, ସ୍ୱାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀକାନ୍ତ ସିଂ, ଶିଶୁ ବିକାଶ ଯୋଜନା ଅଧିକାରୀଣୀ ସୁକାନ୍ତି ପାତ୍ର, ଅଣସରକାରୀ ସଂଗଠନ ଆସ୍ପାୟାର ର ସଦସ୍ୟ, ଯୋଡା ବ୍ଲକ ଯୋଗାଣ ନିରୀକ୍ଷକ ବିଷ୍ଣୁ ପ୍ରସାଦ ମହାରଣା ପ୍ରମୁଖ ସଦସ୍ୟ ଥିବା ବେଳେ ଏହି କମିଟିର ସଂଯୋଜକ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଏହି କମିଟିର ମୁଖ୍ୟ ଯୋଡା ବ୍ଲକ ଅଧ୍ୟକ୍ଷା ବୋଲି ଜଣାପଡିଛି । ଏହା ପରେ କୌଣସି ସ୍ଥାନୀୟ ସମସ୍ୟା ଉପୁଜିଲେ ଏହି କମିଟିର ସଂଯୋଜକ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସାହାଯ୍ୟ ନିଆଯାଇପାରେ । ଏହି କରୋନା ସଂକ୍ରମଣ କାଳରେ ଲୋକଙ୍କର ଆର୍ôଥକ ମାନଦଣ୍ଡ ଭୁଷୁଡିପହିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ମାସର ପଡି ସାମଗ୍ରୀ ମାଗଣା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଥିବା ବେଳେ ରାଜ୍ୟ ସରକାର ମେ ଓ ଜୁନ ୨ମାସର ପଡି ଏକକାଳୀନ, ଜୁଲାଇ ଓ ଅଗଷ୍ଟ ୨ମାସର ଏକକାଳୀନ ଏବଂ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୩ମାସର ଏକକାଳୀନ ଆଗୁଆ ପଡି ସାମଗ୍ରୀ ଦେବା ପାଇଁ ନିଷ୍ପତି ନେଇଛନ୍ତି । ତେବେ ୨୦.୦୯.୨୦୨୧ ପଡି ସାମଗ୍ରୀ ବଣ୍ଟନର ଅନ୍ତିମ ତାରିଖ ରଖାଯାଇଥିବା ବେଳେ ଅନେକ ହିତାଧିକାରୀ ଏହି ପଡି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଗଠିତ ନୂତନ କମିଟି ଏହାର ତଦାରଖ କରିବା ସହ ହିତାଧିକାରୀ ଯେପରି ତାର ପ୍ରାପ୍ୟରୁ ବଞ୍ଚିତ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.