Home ଓଡ଼ିଶା ଯୋଡା : ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୁପ ରାବଣ ପୋଡି ଅନୁଷ୍ଠିତ

ଯୋଡା : ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୁପ ରାବଣ ପୋଡି ଅନୁଷ୍ଠିତ

163

ଯୋଡା, ୦୯/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟର ଦିବସ । ବିଜୟା ଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ଦୃଷ୍ଟଶକ୍ତି ରାବଣକୁ ଦହନ କରାଯାଏ । ଯୋଡା ପୌରାଞ୍ଚଳ ଅନ୍ତର୍ଗତ କେନ୍ଦ୍ରୀୟ ଖେଳ ପଡିଆ ଠାରେ ମହା ଆଡମ୍ବର ସହକାରେ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ ଦିଲ୍ଲିପ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଟାଟା ଷ୍ଟିଲର ଯୋଡା ମୁଖ୍ୟ ରାଜେଶ କୁମାର ଯୋଗଦେଇଥିଲେ । ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଥିବା କାମ, କ୍ରୋଧ, ଲୋଭ, ମୋହ, ମାୟା, ଅନ୍ୟାୟ, ଅନୀତି, ଦୁର୍ନିତି, ଇର୍ଷା ରୂୂପକ ଆଶୁରିକ ଗୁଣଗୁଡିକୁ ରାବଣ ଭାବେ ବଦ୍ଧ କରି ଶାନ୍ତି, ମୈତ୍ରୀ, ସଦ୍ଭାବନା ଓ କରୁଣାର ଭାବନା ସମସ୍ତଙ୍କ ମଧ୍ୟରେ ଉଦ୍ରୋକ ହେଉ ଏହାହିଁ ରାବଣ ପୋଡିର ମୂଳ ଉଦେ୍ଦଶ୍ୟ । ମା ଜଗତ୍ ଜନନୀ ଦୁର୍ଗା ସମସ୍ତଙ୍କୁ ଶୁଖ, ଶାନ୍ତି ପ୍ରଦାନ କରନ୍ତୁ ବୋଲି ସେ କାମନା କରିଥିଲେ । ସନ୍ଧ୍ୟା ୭ ଘଟିକା ସମୟରେ ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାବଣ ପୋଡି ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ଜିତୁ ପଟ୍ଟନାୟକ, ଉପଦେଷ୍ଟା ପ୍ରକାଶ ମହାନ୍ତି, ପୁରୁଷୋତ୍ତମ ଦାସ, ସଭାପତି ଶୁଶାନ୍ତ ବାରିକ, ଉପସଭାପତି ନବକୃଷ୍ଣ ମିଶ୍ର, ସମ୍ପାଦକ ନିହାର ରଞ୍ଜନ ରାଉତ, ସହସମ୍ପାଦକ ହୃଷିକେଶ ଜେନା, ପାଣ୍ଡବ କାରୁଆ ଏବଂ କୋଷାଧ୍ୟକ୍ଷ ଶରତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ରାତ୍ର ୮ ଘଟିକା ସମୟରେ ମୁଖ୍ୟ ଅତିଥି ଶ୍ରୀ ବାଗ ରାବଣ ମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ । କଟକସ୍ଥିତ ଟାଙ୍ଗି ରୁ ଆସିଥିବା ବାଣୁଆର ଚିତାକର୍ଷକ ଆତସବାଜୀ ପ୍ରଦର୍ଶନ ଯୋଡା ବାସୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଝିପି ଝିପି ବର୍ଷାରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଯୋଡା ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ଏହି ଉତ୍ସବକୁ ମନଭରି ଉପଭୋଗ କରିଥିଲେ । ରୁହାନୀ କୃପାଲ ମିଶନ ପକ୍ଷରୁ · ଏବଂ ପାନୀୟ ଜଳ ବିତରଣର ବ୍ୟବସ୍ଥା କରାଯାଇଥିଲା । ଶାନ୍ତି ସୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଅଘଟଣକୁ ଏଡାଇବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.