Home ଓଡ଼ିଶା ଯୋଡା : ବାଂଶପାଣିରେ ଅଭିନବ ଉପାୟରେ ମକରମେଳା ପାଳିତ

ଯୋଡା : ବାଂଶପାଣିରେ ଅଭିନବ ଉପାୟରେ ମକରମେଳା ପାଳିତ

216

ଯୋଡା – ୧୭/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଉତ୍ତର ଓଡିଶାର ଗଣପର୍ବ ମକର ସଂକ୍ରାନ୍ତି ଯୋଡା ପୌରାଞ୍ଚଳରେ ବେସ ଧୁମ ଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି। ଯୋଡାସ୍ଥିତ ଲକ୍ଷ୍ମୀ ପଡିଆ ଠାରେ ୨ଦିନ ବ୍ୟାପି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହୋଇଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ବେଶ ମନମୁଗ୍ଧକର ରହିଥିଲା। ତେବେ ବାଂଶପାଣି ଠାରେ ବିଗତ ୫ ବର୍ଷ ହେବ ପାଳିତ ହୋଇଆସୁଥିବା ଏହି ମେଳା ସବୁଠାରୁ ନିଆରା। ତିନ ଦିନ ବ୍ୟାପି ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏହି ମକର ମେଳା ଖୁବ ଉତ୍ସାବର ସହିତ ପାଳିତ ହୋଇଥାଏ। ଆଖପାଖ ଅଞ୍ଚଳର ଶହ ଶହ ମହିଳା ପୁରୁଷ ଏଥିରେ ଭାଗ ନେଇ ପାରମ୍ପରିକ ବେଶ ଭୁସାରେ ପରସ୍ପର ଅଣ୍ଟାରେ ହାତ ଛନ୍ଦି ମାଦଳର ତାଳେ ତାଳେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥାନ୍ତି।

ଏହି ମେଳାରେ ଓଡିଆ ସଂସ୍କୃତି ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ। ଧିରେ ଧିରେ ଓଡିଆ ସଂସ୍କୃତି ପରମ୍ପରା ଅବକ୍ଷେୟ ମୁଖି ହୋଇଥିବା ବେଳେ ଏହାକୁ ପୁନଃ ଉଦ୍ୟିବିତ କରିବା ପାଇଁ ମହିଳା ମାନଙ୍କ ମଧ୍ୟରେ ପିଠା ପଣା ତିଆରି ପ୍ରତିଯୋଗିତା, ଚିତା, ଝୋଟି ପ୍ରତିଯୋଗିତା, ଶଙ୍ଖ ବାଦନ ଏବଂ ହୁଳ ହୁଳି ପ୍ରଭୁତିର ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରାଯାଇଥାଏ। ସେହିପରି ପୁରୁଷ ମାନଙ୍କ ନିମନ୍ତେ ଦୌଡି ଟଣା, କବାଡି ପ୍ରତିଯୋଗିତା କରାଯାଇଥାଏ। କାର୍ଯ୍ୟକ୍ରମଟିରେ ସମସ୍ତ ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଯୁବକ ସଂଘ ସହାୟତା କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ତିମ ଦିନରେ ଆଇନଜୀବି ସୂର୍ଯ୍ୟକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରୋଟାରୀଆନ ବି.ଡି. ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ମକରମେଳା ପାଳନ କମିିଟି ପକ୍ଷରୁ ହରେକୃଷ୍ଣ ପଲେଇ, ଚର୍ଚ୍ଚିଲ ମହାକୁଡ, ଗୋପାଳ ବେହେରା, ଦିପ୍ତିରାଣି ନାଏକ, ମେଘନାଥ ପଲେଇ, ଦୁର୍ଯ୍ୟଧନ ପଲେଇ, ସୁଦର୍ଶନ ମୁଣ୍ଡା, ରମାକାନ୍ତ ବେହେରା, ଦାଶରାମ ମୁଣ୍ଡା, ହୃଷିକେଶ ପଲେଇ, ଚନ୍ଦ୍ର ବାରିକ, ପରମେଶ୍ୱର ଆରୁକ, ପାଣୁ ବେହେରା, ଏମ୍.ଡି. ୱାହିଦୁଲଜାମା, ବିରବର ଆପଟ୍ଟ, ଗୋପର୍ଦ୍ଧନ ପୃଷ୍ଟି ପ୍ରମୁଖ ମେଳାଟିକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.