Home ଓଡ଼ିଶା ଯୋଡା : ପ୍ୟାଣ୍ଟ ପକେଟରେ ଫାଟିଲା ରିଏଲମି ମୋବାଇଲ, ଯୁବକ ଗୁରୁତର

ଯୋଡା : ପ୍ୟାଣ୍ଟ ପକେଟରେ ଫାଟିଲା ରିଏଲମି ମୋବାଇଲ, ଯୁବକ ଗୁରୁତର

137

ଯୋଡା, ୭ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) :ସ୍ମାର୍ଟଫୋନ ଫାଟି ଯିବାର ଘଟଣା ଆମେ ଅନେକ ବାର ଶୁଣିଛେ । ଏହାକୁ କିଛି ବିଶ୍ୱାସ କରନ୍ତି ତ ଅନ୍ୟ କିଛି ଜଣ ଅବିଶ୍ୱାସ କରନ୍ତି । କେନ୍ଦୁଝର ଜିଲ୍ଲା ଯୋଡାରେ ମୋବାଇଲ ଫୋନକୁ ନେଇ ଏକ ଆକସ୍ମିକ ଦୁର୍ଘଟଣା ଘଟିଛି । ମୋବାଇଲ ଫୋନ ଫାଟି ଯିବାରୁ ଜଣେ ଯୁବକ ଗୁରୁତର ଭାବେ ଆଘାତ ହୋଇଛନ୍ତି । ଯୋଡା ଥାନା ଅନ୍ତର୍ଗତ ଯୋଡା ବସ୍ତିର କୈଳାଶ ପାଣ୍ଡେ ନାମକ ଜଣେ ଯୁବକ ୨୦.୦୭.୨୦୨୧ରେ ଅନଲାଇନ ମାଧ୍ୟମରେ ରିଅଲ ମି ନାରଜୋ ୩୦(ପ୍ରୋ) ୫ଜି ନାମକ ଏକ ମୋବାଇଲ କିଣିଥିଲେ । ଗତ ୦୪.୦୯.୨୦୨୧ରେ ସେ ତାଙ୍କ ନିଜ ମୋଟରସାଇକେଲରେ ଲହଣ୍ଡା ରେଲୱେ କ୍ରସିଂ ପାର ହେଉଥିବା ସମୟରେ ହଠାତ୍ ତାଙ୍କ ପ୍ୟାଣ୍ଟ ପୋକେଟରେ ଥିବା ମୋବାଇଲଟି ଖୁବ ଜୋରରେ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ଫଳରେ ସେ ମୋଟରସାଇକେଲରୁ ତଳେ ପଡିଯିବା ସହ ତାଙ୍କ ଜଙ୍ଘ, ହାତ ପୋଡିଯାଇ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏ ନେଇ ସେ ସୋମବାର ଅପରାହ୍ନରେ ଯୋଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଏହା ଆକସ୍ମିକ ଭାବେ ଫାଟିଛି କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି, ସେ ନେଇ କିଛି ପ୍ରମାଣ ସାମ୍ନାକୁ ଆସିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.