Home ଓଡ଼ିଶା ଯୋଡା ପୌରପାଳିକା ହରାଇବ କି ପୌରପାଳିକାର ମାନ୍ୟତା ?

ଯୋଡା ପୌରପାଳିକା ହରାଇବ କି ପୌରପାଳିକାର ମାନ୍ୟତା ?

541

ାା ଯୋଡା, ୨୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳରେ ପ୍ରାୟ ୫୦ ହଜାର ଲୋକ ୧୦ ହଜାର ୬ଶହ ୩୩ଟି ବାସ ଗୃହରେ ବସବାସ କରିଥାନ୍ତି । ଯୋଡା ପୌରାଞ୍ଚଳ ୧୪ଟି ୱାର୍ଡରେ ବିଭକ୍ତ ହୋଇଥିବା ବେଳେ ଏଥି ମଧ୍ୟରେ ୭ଟି ରାଜସ୍ୱ ଗ୍ରାମ ରହିଛି । ୧୦୬୩୧ଟି ବାସଗୃହ ମଧ୍ୟରୁ ୬୬୧୦ଟି ବାସଗୃହ ଅଣ ପଟ୍ଟାଭୁକ୍ତ ବସ୍ତି ଅଞ୍ଚଳରେ ଅବସ୍ଥିତ । ନିକଟରେ ସରକାର ସରକାରୀ ଜାଗାରେ ବାସ ଗୃହ ନିର୍ମାଣ କରି ରହୁଥିବା ବାସିନ୍ଦାମାନଙ୍କୁ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଥିବା ବେଳେ ନିକଟରେ ଏହାର ଡ୍ରୋନ ସର୍ଭେ ମଧ୍ୟ କରାଯାଇଛି । ତେବେ ବସ୍ତି ଅଞ୍ଚଳରେ ଥିବା ବାସ ଗୃହ ମଧ୍ୟରୁ ମାତ୍ର ୨୩୭ଟି ବାସ ଗୃହର ମାଲିକ ଏହି ଜମି ପଟ୍ଟା ପାଇବାକୁ ହକଦାର ଥିବା ବେଳେ ଅନ୍ୟ ବାସ ଗୃହ ଗୁଡିକ ଟାଟା କମ୍ପାନୀଙ୍କ ପଟ୍ଟାଭୁକ୍ତ ଇଲାକା କିମ୍ବା ଜଙ୍ଗଲ ଜମିରେ ରହିଥିବା ଜଣାପଡିଛି ଫଳରେ ସେମାନେ ଏହି ମାଗଣା ଜମି ପଟ୍ଟା ପାଇବାରୁ ବଞ୍ଚିତ ହେବେ ବୋଲି ସୂଚନା ମିଳିଛି । ତେବେ ସରକାରଙ୍କ ଯୋଜନା ମୁତାବକ ସହରାଞ୍ଚଳରେ ସରକାରୀ ଜାଗାରେ ଘର ଦ୍ୱାର କରି ରହିଥିବା ୩୩୨ ବର୍ଗ ଫୁଟ ପରିମିତ ସ୍ଥାନକୁ ଯେଉଁ ମାନଙ୍କର ବାର୍ଷିକ ୧ଲକ୍ଷ ୮୦ ହଜାରରୁ କମ୍ ରହିଛି ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ପଟ୍ଟା ଦେବାର ପ୍ରାବଧାନ ରହିଛି । କିନ୍ତୁ ୩୩୨ ବର୍ଗ ଫୁଟରୁ ଅଧିକ ୪୮୪ ବର୍ଗ ଫୁଟ ପରିମିତ ବାସ ଗୃହ ଥିବା ଗୃହ ମାଲିକଙ୍କୁ ପୌରାଞ୍ଚଳର ବେଞ୍ଚ ମାର୍କ ମୁତାବକ ଧାର୍ଯ୍ୟ ମୂଲ୍ୟର ୨୫ ପ୍ରତିଶତ ପୈଠ କରିବାକୁ ପଡିବ । ଏହି ପରମାଣ ଠାରୁ ଉର୍ଦ୍ଧ ଜମି ଉପରେ ଗୃହ ନିର୍ମାଣ କରିଥିବା ହିତାଧିକାରୀଙ୍କୁ ବଳକା ଜାଗା ଛାଡିବା ନିମନ୍ତେ ଏକ ଚୁକ୍ତି ପତ୍ର ସ୍ୱାକ୍ଷର କରିବାକୁ ପଡିବ । ତେବେ ମୋଟା ମୋଟି ଭାବେ ହକଦାର ଥିବା ୨୩୭ଟି ଗୃହ ମଧ୍ୟରୁ କେବଳ ୧୭୫ଟି ଗୃହ ଏହି ପଟ୍ଟା ପାଇବା ପାଇଁ ଚୁଡାନ୍ତ ନିଷ୍ପତି ନିଆଯାଇଥିବା ପୌର କାର୍ଯ୍ୟାଳୟ ତରଫରୁ ଜଣାପଡିଛି । ଏ ନେଇ ପିଢିପିଢି ଧରି ଯୋଡା ଅଞ୍ଚଳରେ ବସବାସ କରିଆସୁଥିବା ଗୃହ କର୍ତ୍ତାଙ୍କ ଉପରେ ଏବେ ଚଡକ ପଡିଛି । ଲୋକ ସଂଖ୍ୟା ଦୃଷ୍ଟିରୁ ଯୋଡା ସହର ପଞ୍ଚାୟତରୁ ବିଜ୍ଞାପିତ ଅଞ୍ଚଳ ଏବଂ ପରେ ପୌରପାଳିକାର ମାନ୍ୟତା ପାଇପାରିଛି । ବସ୍ତି ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦାମାନଙ୍କ ନିମନ୍ତେ ପୌର ସଂସ୍ଥା ପକ୍ଷରୁ ରାସ୍ତା ଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ର ବ୍ୟବସ୍ଥା ଯୋଗାଇଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡ, ଭର୍ତ୍ତା ଏବଂ ସମସ୍ତ ପ୍ରକାରର ସୁବିଧା ଯୋଗାଇଦିଆଯାଇଆସିଛି । ଦୀର୍ଘ ଦିନରୁ ପୌରବାସୀ ଏହି ଜମି ପଟ୍ଟା ପାଇଁ ଦାବି କରିଆସୁଥିବା ବେଳେ ତାଙ୍କର ସେହି ସ୍ୱପ୍ନ ଏବେ ଧୂଳିସାତ ହେବାକୁ ବସିଛି । ଯଦି ସେମାନଙ୍କୁ ଉଚ୍ଛେଦ କରାଯାଏ ତେବେ ଏହି ପୌରପାଳିକା ପୌରପାଳିକାର ମାନ୍ୟତା ହରାଇ ଆଉ ତରେ ପଞ୍ଚାୟତରେ ମିଶିବାକୁ ବାଧ୍ୟହେବ ବୋଲି ବୁଦ୍ଧୀଜୀବିମାନେ ଆକଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.