Home ଓଡ଼ିଶା ଯୋଡା ପୌରପାଳିକାରେ ଜନଶୁଣାଣୀ ସଫଳ

ଯୋଡା ପୌରପାଳିକାରେ ଜନଶୁଣାଣୀ ସଫଳ

40

ଯୋଡା, ୦୯ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକାରେ ୩ଟି ଉନ୍ନୟନ ମୂଳକ କାର୍ଯ୍ୟର ଜନଶୁଣାଣୀ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୌରପାଳିକା ସଭଗୃହରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ଶାସ୍ତ୍ରୀନଗର ଶଶ୍ମାନ ଭୂମି ର ଉନ୍ନତି କରଣ ନିମନ୍ତେ ଜନସାଧାରଣଙ୍କ ମତାମତ ଲୋଡାଯାଇଥିଲା । ଯୋଡା ପୌରପାଳିକା ଅଧିନରେ ଏହି ଗୋଟିଏ ମାତ୍ର ଶଶ୍ମାନ ରହିଥିବା ବେଳେ ଶବ ସଂସ୍କାର ପାଇଁ ଏଥିରେ ସ୍ଥାନାଭାବ ଦେଖାଦେଇଛି । ତେଣୁ ଏହାକୁ ସମ୍ପ୍ରସାରଣ କରିବାର ଆବଶ୍ୟକତା ପଡୁଥିବା ବେଳେ ଏ ନେଇ ଜନସାଧାରଣଙ୍କର ମତାମତ ଲୋଡାଯାଇଥିଲା । ସେହିପରି ଯୋଡା ସହର ମଧ୍ୟ ଭାଗ ଦେଇ ଏକ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ଏହାର ଉଭୟ ପାଶ୍ୱର୍ରେ ଥିବା କେତେ ଗୁଡିଏ ଗଛ କଟା ଯିବାର ଆବଶ୍ୟକତା ରହିଛି । ତେଣୁ ଏଥିପାଇଁ ମଧ୍ୟ ଜନସାଧାରଣଙ୍କର ମତାମତ ଲୋଡାଯାଇଥିଲା । ତଲକ ହାଟିଂରେ କମ୍ୟୁନିଟି ଶୌଚାଳୟ, ପରିଚୟ ଗୃହ ତଥା ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଏକ ପ୍ରସ୍ତାବ ରଖାଯାଇଥିଲା । ତେବେ ଏହି ତିନୋଟି ଯାକ ପ୍ରସ୍ତାବକୁ ଯୋଡା ଜନସାଧାରଣଙ୍କର ଶତ ପ୍ରତିଶତ ସମର୍ଥନ ମିଳିଥିବା ଜଣାପଡିଛି । ଯେ।।ଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ପୌରପାଳିକା ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ, ପୂର୍ବତନ ନଗରପାଳ ରବିନ୍ଦ୍ର କୁମାର ଦାସ, ପୂର୍ବତନ କାଉନସିଲର ଦିଲ୍ଲିପ ନାଏକ, ଓଡିଶା ସେତୁ ନିର୍ମାଣ ସଂସ୍ଥା (ଓବିସିସି)ର ଏସଡିଓ ପ୍ରେମସିଂ, ବରିଷ୍ଠ ଯନ୍ତ୍ରୀ ଧନେଶ୍ୱର ମାଝୀ, ବରିଷ୍ଠ ପ୍ରକଳ୍ପ ଅଧିକାରୀ ନରିସିଂଘ ମହାନ୍ତ ଏବଂ ଫ୍ଲାଏ ଓଭର ନିର୍ମାଣ ଠିକା ସଂସ୍ଥା ଚେଭରୋକ୍ସ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା, ସାଧାରଣ ପରିଚାଳକ ବିପୁଲ ବରାଳ, ଅର୍ଥନୈତିକ ଅଧିକାରୀ ସାଇବଳ ସୁତ୍ରଧର, ଅରୁଣ କୁମାର ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.