Home ଓଡ଼ିଶା ଯୋଡା : ପଥରରେ ଛେଚି ପଡୋଶୀଙ୍କୁ ହତ୍ୟା ଘଟଣା, ୩ ଅଭିଯୁକ୍ତ ଭାଇଙ୍କୁ କୋର୍ଟ ଚାଲାଣ

ଯୋଡା : ପଥରରେ ଛେଚି ପଡୋଶୀଙ୍କୁ ହତ୍ୟା ଘଟଣା, ୩ ଅଭିଯୁକ୍ତ ଭାଇଙ୍କୁ କୋର୍ଟ ଚାଲାଣ

20

ଯୋଡା, ୨୧ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ପୌରପାଳିକାର ୫ନଂ ୱାର୍ଡ ଆଜାଦବସ୍ତି ଅଞ୍ଚଳରେ ଗତ ସୋମବାର ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ବୁଧୁରାମ ସିରିକା ମୁଣ୍ଡା ନାମକ ଜଣେ ଯୁବକକୁ ପଥରରେ ଛେଚି ଅତି ନିର୍ମମ ଭାବେ ତାଙ୍କର ପଡୋଶୀ ତିନି ଭାଇ ହତ୍ୟା କରିଥିବା ଘଟଣା ସମଗ୍ର ଯୋଡାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଘଟଣାଟିରେ ଅଭିଯୁକ୍ତ ତିନି ଭାଇ ହେଲେ ମାସି ମୁଣ୍ଡା, ଲାଦର ମୁଣ୍ଡା ଓ ଶିବ ମୁଣ୍ଡା । ଘଟଣା ଦିନ ତିନି ଜଣଙ୍କ ମଧ୍ୟରୁ ୨ ଭାଇଙ୍କୁ ସ୍ଥାନୀୟ ଲୋକେ କାବୁ କରି ଯୋଡା ଆରକ୍ଷୀ ଜିମା ଦେଇଥିବା ବେଳେ ଲାଦର ମୁଣ୍ଡା କୌଶଳକ୍ରମେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ବୁଧବାର ସକାଳେ ସ୍ଥାନୀୟ ଲୋକେ ସୁନା ନଦୀକୁ ଶୌଚ ଯାଇଥିବା ବେଳେ ବେଳେ ଲାଦରକୁ ସେଠାରେ ଲୁଚିଥିବାର ଦେଖିବାକୁ ପାଇଥିଲେ । ତେବେ ସ୍ଥାନୀୟ ବାସିନ୍ଦା ତାକୁ ସେଠାରେ କାବୁ କରି ଯୋଡା ଥାନାକୁ ହସ୍ତାନ୍ତର କରିଥିଲେ । ତେବେ ଏହି ତିନି ଅଭିଯୁକ୍ତ ଭାଇଙ୍କୁ ଗୁରୁବାର ଦିନ ବଡବିଲ ଅଦାଲତକୁ ପଠାଇଦିଆଯାଇଛି । ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇଦିଆଯାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଅଭିଯୁକ୍ତ ତିନି ଭାଇ ତାଙ୍କର ପଡୋଶୀ ମୃତକ ବୁଧୁରାମ ସିରିକା ମୁଣ୍ଡାଙ୍କ ସହିତ ବିଭିନ୍ନ କାରଣରୁ ଗଣ୍ଡଗୋଳ କରିଆସୁଥିଲେ । ସୋମବାର ପୂର୍ବାହ୍ନରେ ବୁଧୁରାମଙ୍କ ସ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି ତିନି ଭାଇ ପଥରରେ ଛେଚି ବୁଧୁରାମଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ । ଘଟଣା ସମୟରେ ବୁଧୁରାମଙ୍କ ସ୍ତ୍ରୀ ସରସ୍ୱତୀ କାମକୁ ଯାଇଥିଲେ ଏବଂ ତାଙ୍କର ୪ଟି ସନ୍ତାନ ବାହାରେ ଖେଳୁଥିଲେ । ଅଭିଯୁକ୍ତ ତିନି ଭାଇ ପେସାଦାର ଅପରାଧି ଭାବେ ଏ ଅଞ୍ଚଳରେ ଜଣାଶୁଣା । ତାଙ୍କ ନାମରେ ଥାନାରେ ଅନେକ ସଙ୍ଗିନ ଅପରାଧିକ ମାମଲା ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.