Home ଓଡ଼ିଶା ଯୋଡା : ଦୁର୍ଦ୍ଦିନରେ ପାରମ୍ପରିକ ବାରିକ ପରିବାର, ସରକାରୀ ସହୟତା ଦାବି କଲେ

ଯୋଡା : ଦୁର୍ଦ୍ଦିନରେ ପାରମ୍ପରିକ ବାରିକ ପରିବାର, ସରକାରୀ ସହୟତା ଦାବି କଲେ

229

ଯୋଡା, ୦୬ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାଞ୍ଚଳରେ ୫୧ଟି ବାରିକ ଦୋକାନ ରହିଛି । ସେମାନେ ଯୋଡା ସହରର ବିଭିନ୍ନ ସ୍ଥାନରେ ସେଲୁନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ତେବେ ସରକାରଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଘୋଷଣା ପରେ ସେମାନେ ଦୀର୍ଘ ଦିନ ହେବ କାମ ଧନ୍ଦା ହରାଇ ହାତ ବାନ୍ଧି ବସିଛନ୍ତି । ଫଳରେ ତାଙ୍କ ପରିବାର ଏବେ ଦୁର୍ଦ୍ଦିନର ସମ୍ମୁଖିନ ହେଉଛି । ଏହି ବାରିକ ଦୋକାନ ଗୁଡିକ ପ୍ରତି ସରକାରଙ୍କ କଟକଣା ବଡବତ୍ତର ରହିଥିବା ବେଳେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଜଣାପଡିଛି । ତେଣୁ ବାରିକ ସମାଜ ସବୁ ଠାରୁ ଅଧିକ କ୍ଷତି ଗ୍ରସ୍ତ ହୋଇପଡିଛି । ସରକାରଙ୍କ ପକ୍ଷରୁ ରାସନ କାର୍ଡ ଧାରିଙ୍କୁ ତିନି ମାସର ଚାଉଳ ଏବଂ ଏକ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ସେହିପରି ବିକଳାଙ୍ଗ, ବିଧବା, ବାର୍ଦ୍ଧକ୍ୟ ମାନଙ୍କୁ ଏକକାଳିନ ତିନି ମାସର ଭତ୍ତା ସରକାର ପ୍ରଦାନ କରିଛନ୍ତି । ପୌରପାଳିକା ମଧ୍ୟରେ ଅବସ୍ଥିତ ପଞ୍ଜିକୃତ ଛୋଟ ବ୍ୟବସାୟି ମାନଙ୍କୁ ୩ ହଜାର ଟଙ୍କା ଲେଖାଁ ଆର୍ôଥକ ସହାୟତା ସରକାର ଯୋଗାଇଦେଇଛନ୍ତି । ତେବେ ଏହି ବାରିକ୍ ମାନଙ୍କ ସେଲୁନ ଗୁଡିକ ମଧ୍ୟ ପୌରପାଳିକା ଦ୍ୱାରା ପଞ୍ଜିକୃତ ହୋଇଥିବା ବେଳେ ଅଦ୍ୟାବଧି ସେମାନଙ୍କୁ କୌଣସି ସହାୟତା ଯୋଗାଇଦିଆଯାଇନାହିଁ । ତେଣୁ ସେମାନେ ଆର୍ôଥକ ସହାୟତା ଦାବି କରି ଯୋଡା ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବି ପତ୍ର ମଙ୍ଗଳବାର ଦିନ ପ୍ରଦାନ କରିବା ସହିତ ଏହାର ନକଲ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପ୍ରଦାନ କରିଛନ୍ତି ବୋଲି ବାରିକ ସମାଜର ସମ୍ପାଦକ ଦୁର୍ଯୋଧନ ବାରିକ୍ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.