Home ଓଡ଼ିଶା ଯୋଡା – ତିନୋଟି ଖଣିରେ ପରିବହନ ବନ୍ଦ କଲେ ଗ୍ରାମବାସୀ, ୯ ଗିରଫ

ଯୋଡା – ତିନୋଟି ଖଣିରେ ପରିବହନ ବନ୍ଦ କଲେ ଗ୍ରାମବାସୀ, ୯ ଗିରଫ

426

ଯୋଡା, ୨୯ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜିଲିଙ୍ଗ ଲଙ୍ଗାଲୋଟାର ଏସେଲ ମାଇନିଙ୍ଗ ଏଣ୍ଡ ଇଣ୍ଡଷ୍ଟ୍ରିଜ ପ୍ରାଃ ଲିଃ, ଜଜାଙ୍ଗସ୍ଥିତ ରୁଙ୍ଗଟା ପ୍ରାଃ ଲିଃ ଏବଂ ଜରବାହାଲର ପଟ୍ଟନାୟକ ମିନେରାଲ୍ସ ପ୍ରାଃ ଲିଃ ଖଣି ତିନୋଟିର ମୁଖ୍ୟ ଫାଟକଟିକୁ ବନ୍ଦ କରି ଲୁହାପଥର ପରିବହନକୁ ନିକଟସ୍ଥ ଜଜାଙ୍ଗ, ଜଲହରି, ଜୁରୁଡି ପଞ୍ଚାୟତର ସ୍ଥାନୀୟ ବାସିନ୍ଦାମାନେ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ଏହି ଖଣି ସଂଲଗ୍ନ ବିଭିନ୍ନ ପଞ୍ଚାୟତ ବାସିନ୍ଦାମାନେ ଖଣିରୁ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରି ଅଧିକାରୀମାନଙ୍କୁ ମାଲିକଙ୍କୁ ଡାକି ୩୦ ବର୍ଷର ହିସାବ ଦେବାକୁ କହି ପରେ ଯାଇ ପରିବହନ କରିବେ ବୋଲି ଚେତାବନି ଦେଇଛନ୍ତି । ଏହି ତିନୋଟି ଖଣିର ଲିଜ୍ ଅବଧି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସରିଯାଇଥିବା ବେଳେ ସରକାରଙ୍କ ନୂତନ ଟେଣ୍ଡର ପ୍ରକ୍ରିୟାରେ ଅନ୍ୟ ୩ଜଣ ନୂତନ ଖଣି କମ୍ପାନୀ ଏହି ଖଣିର ଲିଜ୍ ପାଇଛନ୍ତି । ଏହି ଖଣି ଗୁଡିକ ଦୀର୍ଘ ୩୦ ବର୍ଷ ଧରି ଏ ଅଞ୍ଚଳରୁ କୋଟି କୋଟି ଟଙ୍କାର ଲୁହାପଥର ଖୋଳିନେଇଥିବା ବେଳେ ଜନଶୁଣାଣୀ ସମୟରେ ଗ୍ରାମବାସୀମାନଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ବ୍ୟାପକ ପ୍ରଦୂଷଣ ଯୋଗୁଁ ଗ୍ରାମବାସୀମାନେ ତାଙ୍କର ମୁଖ୍ୟ ଜୀବିକା ଚାଷ ହରାଇବସିଛନ୍ତି । ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଆରô୍ଥକ ସ୍ଥିତିକୁ ସୁଦୁଢ କରିଆସିଥିବା ବେଳେ ଉଗ୍ର ଖଣି ଖନନ ଯୋଗୁଁ ଜଙ୍ଗଲ ଧ୍ୱସଂ ହେବା ଫଳରେ ତାହା ବିପର‌୍ୟ୍ୟସ୍ତ ହୋଇପଡିଛି । ବ୍ୟାପକ ଧୂଳି ଧୂଆଁରେ ଏ ଅଞ୍ଚଳବାସୀ ଜରାଗ୍ରସ୍ଥ ପାଲଟିଯାଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୩୦ ବର୍ଷ ଭିତରେ କେବଳ ଜନସାଧାରଣଙ୍କୁ ଶୋଷଣ କରିଚାଲିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ବ୍ୟାପକ ଖଣି ଖନନ ଯୋଗୁଁ ବନ୍ୟ ପ୍ରାଣୀ ସେମାନଙ୍କର ବାସ ସ୍ଥାନ ହରାଇବସିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ଅସୁବିଧା ବୁଝିବା ତ ଦୂରର କଥା ଏହି ୩୦ ବର୍ଷ ଭିତରେ ଖଣି ମାଲିକଙ୍କୁ ସ୍ଥାନୀୟ ବାସିନ୍ଦା କେବେ ହେଲେ ଦେଖିବାକୁ ମଧ୍ୟ ପାଇନାହାନ୍ତି । ଏହି ତିନୋଟି ବୃହତ୍ତ ଖଣିରେ ଲୁହା ପଥର ପ୍ରାୟ ସରିଯାଇଛି କହିଲେ ଅତିକ୍ତି ହେବ ନାହିଁ । ଏପରି ସ୍ଥଳେ ସରକାରଙ୍କ ପକ୍ଷରୁ ଏଥିରେ ଉତ୍ତୋଳିତ ଲୁହାପଥରକୁ ପରିବହନ ନିମନ୍ତେ ୬ମାସର ଅତିରିକ୍ତ ସମୟ ଦିଆଯାଇଛି । ଏହି ଲୁହାପଥର ପରିବହନ ପରେ ଦୀର୍ଘ ୩୦ ବର୍ଷ ଧରି ଖଣି ଗୁଡିକରୁ ଲାଭ ଉଠାଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତାରିତ କରିଥିବା ଖଣି ମାଲିକଙ୍କର ଏହି ଖଣି ସହିତ ସମ୍ପର୍କ ତୁଟି ଯିବା ଧାର‌୍ୟ୍ୟ ହୋଇସାରିଛି । ଏବେ ଏହି ତିନୋଟି ଖଣି କମ୍ପାନୀ ଖଣି ଗୁଡିକରୁ ଲକ୍ ଡାଉନକୁ ଭୁଖେପ ନକରି ଆଖି ବୁଜା ପରିବହନ କାର‌୍ୟ୍ୟ ଚଳାଇଛନ୍ତି । ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର କରୋନା ସଂକ୍ରମିତ ସ୍ଥାନ ମାନଙ୍କରୁ ଶହ ଶହ ଟ୍ରକ ଲୁହପଥର ପରିବହନ ନିମନ୍ତେ ଏଠାକୁ ଆସୁଥିବା ବେଳେ ଏହି ଖଣିରେ ଚତୁପାର୍ଶ୍ୱରେ ଥିବା ଗ୍ରାମ ଗୁଡିକରେ କରୋନା ସଂକ୍ରମଣର ଭୟ ଦେଖାଦେଇଛି । ତେବେ ଗ୍ରାମବାସୀମାନେ ଏବେ ଖଣି କମ୍ପାନୀର ମାଲିକଙ୍କୁ ଡକାଯାଇ ୩୦ ବର୍ଷ ଭିତରେ ସେମାନେ ଏ ଅଞ୍ଚଳରୁ କେତେ ଲାଭ କରିଛନ୍ତି ଏବଂ ଏ ଅଞ୍ଚଳରେ କି କି ବିକାଶ କରିଛନ୍ତି ତାର ହିସାବ ଦିଅନ୍ତୁ ଓ ପରେ ପରିବହନ କରିବେ ବୋଲି ଗ୍ରାମବାସୀମାନେ ଅଡି ବସିଥିଲେ । ଏ ନେଇ ସେମାନେ ବାମେବାରୀ ଥାନାରେ ଏକ ଲିଖିତ ଅଭିଯୋଗ ଗତ ୧୮ ତାରିଖରେ କରିଥିବା ଜଣାପଡିଥିଲା । ମଙ୍ଗଳବାର ଅପରାହ୍ନରେ ବାମେବାରୀ ପୁଲିସ ଏହି ଆନ୍ଦୋଳନକାରୀମାନଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କରିଛି । ସେମାନେହେଲେ ବନ୍ଧୁଆବେଡାର ଗାନ୍ଧୀ ଲୋହାର, ଶିସିର ମାଝୀ, ରାଜୀବ ମାଝୀ, ହାଇକ୍ୟାମ୍ପର ଶିବ କାରୁଆ, ସମ୍ବିତ ବାଗ୍‌ଚି, ଜଲହରିର ନରେନ୍ଦ୍ର ମୁଣ୍ଡା, ରଞ୍ଜିତ ମୁଣ୍ଡା, ଗୁରୁତୁଆଁର ଲକ୍ଷ୍ମୀଧର ନାଏକ, ଅମର ମାଝୀ । ଏହି ଗିରଫ ପରେ ପରିବହନ ସ୍ୱାଭାବିକ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.