Home ଓଡ଼ିଶା ଯୋଡା : ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଯୋଡା : ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

115

ଯୋଡା, ୧୧/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବିଲେଇପଦାସ୍ଥିତ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ କମ୍ପାନୀ ପକ୍ଷରୁ ଶୁକ୍ରବାର ଦିନିକିଆ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟିରେ ଚକ୍ଷୁ ସମ୍ବନ୍ଧୀୟ ସମସ୍ତ ରୋଗ ପରୀକ୍ଷା ଓ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ ଶିବିରଟି କମ୍ପାନୀର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଶିବିରଟି କେନ୍ଦୁଝରସ୍ଥିତ ଭୁମିକା ଚକ୍ଷୁ ଚିକିତ୍ସାଳାୟର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଡାକ୍ତର ନମିତା ମହାନ୍ତଙ୍କ ସହିତ ଅନ୍ୟ ୫ଜଣ କର୍ମଚାରୀ ସହଯୋଗ କରିଥିଲେ । ଶିବିରଟି ଦିନ ୧୦ଟା ବେଳେ ଆରମ୍ଭ ହୋଇ ଅପରାହ୍ନ ୨ଟା ପର‌୍ୟ୍ୟନ୍ତ ଚାଲୁରହିଥିଲା । ଏଥିରେ ଆଖପାଖ ଗ୍ରାମର ୩୦ଜଣ ରୋଗୀ ଯୋଗଦେଇ ନିଜର ଚକ୍ଷୁ ପରୀକ୍ଷା କରାଇବା ସହ ବିଶେଷଜ୍ଞମାନଙ୍କ ଦ୍ୱାରା ଡାକ୍ତରୀ ପରାମର୍ଶ ଗ୍ରହଣ କରିଥିଲେ । ମୋତିଆ ବିନ୍ଦୁ ଅସ୍ତ୍ରପ୍ରଚାର ପାଇଁ ଯୋଗ୍ୟ ରୋଗୀମାନଙ୍କୁ ମାଗଣାରେ ଡାକ୍ତରୀ ସହାୟତା ଯୋଗାଇଦିଆଯିବା ସହ ସେମାନଙ୍କର ମୋତିଆବିନ୍ଦୁ ଅସ୍ତ୍ରପ୍ରଚାର କେନ୍ଦୁଝରସ୍ଥିତ ଭୂମିକା ଚକ୍ଷୁ ଡାକ୍ତରଖାନାରେ କରାଯିବ ବୋଲି କମ୍ପାନୀର ଅଧିକାରୀମାନେ ସୂଚନା ଦେଇଛନ୍ତି । ଏହି ଶିବିରଟିକୁ ଡାକ୍ତର ନମିନା ମହାନ୍ତ (ଭୂମିକା ଚକ୍ଷୁ ଚିକିତ୍ସାଳୟ), କମ୍ପାନୀର ନିତି ପରାମର୍ଶଦାତା ମୁଖ୍ୟ ଆର.କେ. ମନଚନ୍ଦା, କମ୍ପାନୀର ସାମାଜିକ ଦାୟିତ୍ୱବୋଧ ଯୋଗାଯୋଗର ବିଭାଗୀୟ ମୁଖ୍ୟ ରାଘବନ ସୋମନାଥ, ଅନ୍ୟ ଅଧିକାରୀ, ସ୍ୱେଚ୍ଛାସେବୀ ଓ ଅତିଥିମାନେ ଯୋଗଦେଇଥିଲେ । କମ୍ପାନୀ ଏହି କାର‌୍ୟ୍ୟକ୍ରମଟି ୨୦୧୭ରୁ ଆରମ୍ଭ କରି ଆଜି ପର‌୍ୟ୍ୟନ୍ତ ଜାରି ରଖିଥିବା ବେଳେ ପ୍ରାୟ ୨୫୫ଜଣରୁ ଅଧିକ ରୋଗୀଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରପ୍ରଚାର କରାଯାଇଥିବା ଜଣାପଡିଛି । ସେହିପରି ଗତ ୪ ବର୍ଷ ମଧ୍ୟରେ ଏହିପରି ୧୦ଟି ଶିବିର ଅନୁଷ୍ଠିତ କରାଯାଇ ୧୩୫୩ଜଣ ଗ୍ରାମାଞ୍ଚଳ ଲୋକଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.