Home ଓଡ଼ିଶା ଯୋଡା : ଜେଏସ୍‌ଡବ୍ଲୁ ପକ୍ଷରୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୫ଟି ଆମ୍ବୁଲାନ୍ସ ଲୋକାର୍ପିତ

ଯୋଡା : ଜେଏସ୍‌ଡବ୍ଲୁ ପକ୍ଷରୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୫ଟି ଆମ୍ବୁଲାନ୍ସ ଲୋକାର୍ପିତ

48

ଯୋଡା, ୨୧ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ନିମନ୍ତେ ଗୁରୁବାର ଦିନ ଜେଏସ୍‌ଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ୫ଟି ଆମ୍ବୁଲାନ୍ସର ଶୁଭ ଉଦ୍‌ଘାଟନ କରାଯାଇଛି । ସେଥି ମଧ୍ୟରୁ ୪ଟି ଆମ୍ବୁଲାନ୍ସରେ ସାଧାରଣ ଜୀବନ ରକ୍ଷାକାରୀ ସରଂଞ୍ଜାମ ବ୍ୟବହାର କରାଯାଇଥିବା ବେଳେ ଅନ୍ୟ ଗୋଟିଏ ଆମ୍ବୁଲାନ୍ସରେ ଅତ୍ୟାଧୁନୀକ ଜୀବନ ରକ୍ଷାକାରୀ ସଂରଞ୍ଜାମ ବ୍ୟବହାରର ସୁବିଧା ରହିଛି । ଫଳରେ କୌଣସି ସଙ୍କଟାପର୍ଣ୍ଣ ଅବସ୍ଥାରେ ଜଣେ ରୋଗୀକୁ ନିକଟସ୍ଥ ସହରକୁ ଉତ୍ତମ ଚିକିତ୍ସା ନିମନ୍ତେ ପ୍ରେରଣ କରାଯାଇପାରିବ । ଏହି ଉଦ୍‌ଘାଟନୀ ଉତ୍ସବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗଦେଇଥିବା ବେଳେ ଜେଏସ୍‌ଡବ୍ଲୁ ଫାଉଣ୍ଡେସନର ସିଇଓ ଅଶ୍ୱିନୀ ସକ୍ସେନା, ପ୍ରଶାନ୍ତ ବିଶ୍ୱାଳ, ବିଶ୍ୱରଞ୍ଜନ ପାଢୀ, ଅରୁଣ ରାୱତ, ଶ୍ରୀଜିତ ମିଶ୍ର, ସଞ୍ଜିବ ପଲେଇ, ଡବର ମୁଣ୍ଡା, କବିନ୍ଦ୍ର ନାଏକ, ସଞ୍ଜିବ ଆପଟ୍ଟ, ଜୁରିଆ ମୁଣ୍ଡା, ସବଳ ଝା, ପାର୍ଥସାରଥି ବେହୁରା, କେଦାର ଶର୍ମା, ରୋହିତ ଗୋପ ପ୍ରମୁଖ ଉପସ୍ଥିତ ରହିଥିଲେ । ସେମାନଙ୍କ ସହିତ ସ୍ଥାନୀୟ ଗ୍ରାମବାସୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀମତୀ ମହାନ୍ତ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.