Home କେନ୍ଦୁଝର ଯୋଡା : ଜେଏସପିଏଲ ଫାଉଣ୍ଡେସନ୍ ଦ୍ୱାରା ଯୋଡା ଏବଂ ବଡ଼ବିଲ ଖଣି ଅଞ୍ଚଳରେ ଏସଏଚଜି ମହିଳାମାନଙ୍କ...

ଯୋଡା : ଜେଏସପିଏଲ ଫାଉଣ୍ଡେସନ୍ ଦ୍ୱାରା ଯୋଡା ଏବଂ ବଡ଼ବିଲ ଖଣି ଅଞ୍ଚଳରେ ଏସଏଚଜି ମହିଳାମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

57

ଯୋଡା, ୧ା୮ (ଓଡିଆ ପୁଅଦସେକ୍ ଜାବିର ମହମ୍ମଦ) : ସମାଜର ସାମଗ୍ରିକ ବିକାଶ ପାଇଁ ମହିଳା ସଶକ୍ତିକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଉକ୍ତିକୁ ଆଧାର କରି, ଜେଏସପିଏଲ ଫାଉଣ୍ଡେସନ ଯୋଡା ଓ ବଡ଼ବିଲ ଅଞ୍ଚଳରେ ଏସଏଚଜି ମହିଳା ମାନଙ୍କ ପାଇଁ ଏକ ଦୁଇ ଦିନିଆ ଦକ୍ଷତା ବିକାଶ କର୍ମଶାଳା ଆୟୋଜନ କରାଯାଇଥିବା ଜଣାପଡିଛି ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ଭାବନା ସୃଷ୍ଟି କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉକ୍ତ ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମର ଲକ୍ଷ୍ୟ ଥିଲା ଓ ଭଦ୍ରାସାହି ଏବଂ ସେରେଣ୍ଡା ଗ୍ରାମପଞ୍ଚାୟତର ୧୨୫ ରୁ ଅଧିକ ଏସଏଚଜି ମହିଳା ନେତ୍ରୀ “ସାମାଜିକ ପରିବର୍ତ୍ତନରେ ମହିଳାଙ୍କ ଭୂମିକା” ବିଷୟବସ୍ତୁକୁ ନେଇ ଉକ୍ତ କାର‌୍ୟ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଦକ୍ଷତା ବିକାଶ କର୍ମଶାଳା, ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ସ୍ୱୟଂ ସହାୟକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ମହିଳା ଏସଏଚଜି ମହିଳାମାନଙ୍କ ମଧ୍ୟରେ ଉଦାହରଣୀୟ ପରିବର୍ତ୍ତନ ଆଣିପାରିଛି। ବିଭିନ୍ନ ପ୍ରକାର ଖେଳ ଏବଂ ଗୋଷ୍ଠୀ ଶିକ୍ଷଣ କାର‌୍ୟ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କୁ ନେତୃତ୍ୱ ଓ ସହଭାଗିତା ଶିକ୍ଷ୍ୟା ଦିଆଯାଇଥିଲା। ମହିଳା ଅଂଶଗ୍ରହଣକାରୀଙ୍କୁ ଏସଏଚଜି ପରିଚାଳନା, କ୍ଷୁଦ୍ର ବ୍ୟବସାୟ ବିକାଶ ମଡ୍ୟୁଲ୍, ବିକ୍ରୟ ଏବଂ ମାର୍କେଟିଂ ଦକ୍ଷତା ଏବଂ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଉପରେ ତାଲିମ ଦିଆଯାଇଥିଲା। ଯୋଡା ବ୍ଲକର ପ୍ରୋଗ୍ରାମ ମ୍ୟାନେଜର (ଓଡିଶା ଜୀବିକା ମିଶନ), ଦିବାକର ମଓଝି, ଏସଏଚଜି ନେତାମାନଙ୍କୁ ସରକାରଙ୍କର ବିଭିନ୍ନ ସାମାଜିକ ଓ ଅର୍ଥନୀତିକ କଲ୍ୟାଣ ଭିତ୍ତିକ ଯୋଜନା ଏବଂ ଏହି ସବୁ ଯୋଜନାର ଲାଭ ପାଇବା ପାଇଁ ଥିବା ସରକାରୀ ବିଏଵସ୍ଥା ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ। ଭର୍ଜିଲ ଲାକ୍ରା, ଡିଜିଏମ ଏବଂ ଜେଏସପି ବଡ଼ବିଲର ସିଏସଆର ମୁଖ୍ୟ, ଏହି ଦକ୍ଷତା ବିକାଶ କର୍ମଶାଳା ର ଆବଶ୍ୟକତା ଏବଂ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସ୍ଥାନୀୟ ଉତ୍ପାଦର ମାର୍କେଟିଂ ଚ୍ୟାନେଲ ଏବଂ ଡିଜିଟାଲ୍ ପେମେଣ୍ଟ ସିଷ୍ଟମର ବ୍ୟବହାର କରିବାର ଆବଶ୍ୟକତା ଉପରେ ଶ୍ରୀ ଲାକ୍ରା ଆଲୋକପାତ କରିଥିଲେ। ଏହି କାର‌୍ୟ୍ୟକ୍ରମକୁ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ଏବଂ ସେରେଣ୍ଡା ସରପଞ୍ଚ ଇଂ ଡେଜି ସିଧୁ ଉଦଘାଟନ କରିଥିଲେ ଓ ଉକ୍ତ କାର‌୍ୟ୍ୟକ୍ରମରେ ପ୍ରମିଳା ନାୟକ, ସରପଞ୍ଚ – ଭଦ୍ରାସାହି, ପିଏସ ସଦସ୍ୟ ତଥା ଅନ୍ୟ ଗ୍ରାମ ନେତାମାନେ ଉପସ୍ଥିତି ଥିଲେ। ଜେଏସପିର ସିଏସଆର ଅଧିକାରୀ, ଶ୍ରୀ ଯାଦୁମାନୀ ମହନ୍ତ, ବିକାଶ ଲାଗୁରୀ ଏବଂ ରାଜୀବ ଉପାଧ୍ୟାୟ ଏହି ଦକ୍ଷତା ବିକାଶ କାର‌୍ୟ୍ୟକ୍ରମର ସଫଳ ରୂପାୟନରେ ନିୟୋଜିତ ଥିଲେ। ସେରେଣ୍ଡା ଗାଁର ସୁମିତ୍ରା ପାତ୍ରଙ୍କ ମତରେ, “ଏହି ପ୍ରଶିକ୍ଷଣରେ ଛୋଟ ବ୍ୟବସାୟ ଚଳାଇବାରେ ବ୍ୟବହାରିକ ପ୍ରୟୋଗ ଏବଂ ଅନ୍ୟାନ୍ୟ ଉପାଦାନ ସମ୍ବନ୍ଧରେ ତାଲିମ ଦିଆଯାଇଥିଲା। ମୁଁ ଅନେକ ଜିନିଷ ଶିଖିଛି ଏବଂ ଏହିପରି ତାଲିମ କାର‌୍ୟ୍ୟକ୍ରମ ଦ୍ୱାରା ମୋ ଭଳି ମହିଳାମାନେ ଉପାର୍ଜନ କରିବା ସହ ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାର କୁ ଆର୍ଥିକ ସହାୟତା ଯୋଗାଇ ପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.