Home ଓଡ଼ିଶା ଯୋଡା : ଜିଲ୍ଲା ଖଣିଜ ପାଣ୍ଠିରେ ନିମ୍ନମାନର କାମ; କାମ ନସରୁଣୁ ବାହାରି ପଡୁଛି ରଡ

ଯୋଡା : ଜିଲ୍ଲା ଖଣିଜ ପାଣ୍ଠିରେ ନିମ୍ନମାନର କାମ; କାମ ନସରୁଣୁ ବାହାରି ପଡୁଛି ରଡ

146

ଯୋଡା, ୧୨ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଖଣି ପ୍ରଭାବିତ ଅଞ୍ଚଳରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ନହେବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଗଠନ କରାଯାଇଛି । ତେବେ ଏହି ପାଣ୍ଠିରୁ ବ୍ୟବହୃତ ଅର୍ଥ ଯେ ଠିକ୍ ବାଟରେ ଖର୍ଚ୍ଚ ହେଉନାହିଁ ଏହାର ନଜିର କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି । ୫୨୦ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥର ବାଂଶପାଣି ଠାରେ ଏକ କଲଭଟ ନିର୍ମାଣଧିନ ଥିବା ବେଳେ ଏହି କଲଭଟର କାର‌୍ୟ୍ୟ ସମ୍ପୂର୍ଣ୍ଣ ନହେଉଣୁ ଏହା ଉପରୁ ରଡ ବାହାରିଯିବା ଏବଂ ଏହାକୁ କିଛି ଅସାଧୁ ବ୍ୟକ୍ତି କାଟିନେବା ଘଟଣା କାର‌୍ୟ୍ୟଟିର ସ୍ଥାୟିତ୍ୱ ପ୍ରତି ଏବେ ପ୍ରଶ୍ନବାଚି ସୃଷ୍ଟି କିରିଛି । ଏହି କେହି ଦିନ ତଳେ କଲଭଟଟି ନିର୍ମାଣ କରାଯାଇଥିଲା । ବାଂଶପାଣି ଠାରେ ୫୨୦ ନଂ. ଜାତୀୟ ରାଜପଥକୁ ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ ରଣାଶାଳ ଘାଟିଠାରେ ସଂଯୋଗ କରୁଥିବା ବେଳେ ଖଣିଜ ପରିବହନର ଏହା ଏକ ପ୍ରମୁଖ ମାର୍ଗ ଭାବେ ଜଣାଯାଇଥାଏ । ଏହି ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ସାଧାରଣ ଲୋକଟିଏ ପାଦରେ ଚାଲିଯିବା ମଧ୍ୟ ସମ୍ଭବ ହୋଇପାରୁନଥିଲା । ବାରମ୍ବାର ଜନସାଧାରଣଙ୍କ ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାସ୍ତାର ମରାମତି ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ ୪୭ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇ କାର‌୍ୟ୍ୟ ଆରମ୍ଭ କରାଯାଇଛି । ରଣାଶାଳ ଘାଟିଠାରୁ ଏହି ୧୮ କିମି ରାସ୍ତା ମଧ୍ୟରେ ପ୍ରଥମ ୫ କି.ମି. ଫ୍ଲାଏ ଓଭର ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ବାକି ୧୩ କି.ମି. ରାସ୍ତାର ନିର୍ମାଣ କାର‌୍ୟ୍ୟ ଦୁର୍ଗା କଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ତେବେ ଏହି ସଂସ୍ଥାକୁ ୨୦୧୮ ମସିହା ଅପ୍ରେଲ ରେ କାର‌୍ୟ୍ୟାଦେଶ ଦିଆଯାଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସ ପୂର୍ବରୁ ଏହାର କାର‌୍ୟ୍ୟ ସରିବାର ଥିଲା । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହି ରାସ୍ତାର ଉଭୟ ପଟେ ସମ୍ପ୍ରସାରଣ ହେବାକୁ ଥିବା ଜମି ଅଧିଗ୍ରହଣ ଅଦ୍ୟାବଧି ହୋଇପାରିନଥିବା ବେଳେ ରାସ୍ତା କଡରେ ଥିବା ଇଲେକ୍ଟ୍ରି ଖୁଣ୍ଟ , ପିଏଚ୍‌ଡି ପାଣି ପାଇପ କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇପାରିନାହିଁ । ଏହା ସହିତ ଏହି ରାସ୍ତା କାର‌୍ୟ୍ୟର ତଦାରଖ କରିବା ପାଇଁ କୌଣସି ସରକାରୀ ଅଧିକାରୀ ଆସୁନଥିବା ବେଳେ ଏହି କାର‌୍ୟ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଅତ୍ୟନ୍ତ ମନ୍ଥର ଗତିରେ ତ୍ୱାରାନ୍ୱିତ ହୋଇଥିବା ଏହି କାର‌୍ୟ୍ୟ ଯୋଗୁଁ ବାରମ୍ବାର ରାସ୍ତାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛି । କାର‌୍ୟ୍ୟଟିକୁ ତୁରନ୍ତ ସମାପ୍ତ କରି ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବା ନିମନ୍ତେ ସାଧାରଣରେ ଦାବି ହୋଇଥିବା ବେଳେ ଏହା ଧିରେ ଧିରେ ଆନ୍ଦୋଳନର ରୂପ ନେବାକୁ ବସିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.