Home ଓଡ଼ିଶା ଯୋଡା : ଗ୍ରାମାଞ୍ଚଳ ନକ୍‌ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଯୋଡା : ଗ୍ରାମାଞ୍ଚଳ ନକ୍‌ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

82

ଯୋଡା, ୧୮ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସେରେଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଶିଆ (କ) ଗ୍ରାମରେ ଥିବା ଖେଳ ପଡିଆରେ ଗତ ୧୫ ତାରିଖ ଠାରୁ ଚାଲିଥିବା ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୭ତାରିଖ ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ମହାବୁରୁ ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ଟୂର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଆଞ୍ଚଳିକ ଦଳ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବଟିରେ ବିଜେଡି ଜିଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ମହାନ୍ତ ଅତିଥି ଭାବେ ଯୋଗଦେଇ ଟୂର୍ଣ୍ଣାମେଣ୍ଟିର ଉଦ୍‌ଘାଟନ କରିଥିବା ବେଳେ ଭଦ୍ରାସାହୀ ସରପଞ୍ଚ କସ୍ତୁରି ଓରାମ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଟୁର୍ଣ୍ଣାମେଣ୍ଟଟିର ଅନ୍ତିମ ପର୍ଯ୍ୟାୟରେ କାରାଖେଣ୍ଡରା ଅଞ୍ଚଳର ଜୟ ଶିବଶଙ୍କର ସହିତ ସୋୟାବାଲିର ଲିପ୍ସା ଏଣ୍ଡ ଲିପ୍ସା ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଚୁଡାନ୍ତ ମ୍ୟାଚରେ ଜୟ ଶିବଶଙ୍କର ଦଳ ୧-୦ ଗୋଲରେ ଲିପ୍ସା ଏବଂ ଲିପ୍ସା ଦଳକୁ ପରାସ୍ତ କରି ବିଜେତା ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ୫୧ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୪୧ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି ଜିଲା ସମ୍ପାଦକ ଲଛମନ ମହାନ୍ତ, ୨୬ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ଜୟନ୍ତି ବାନରା, ସେରେଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ସଙ୍ଗିତା ଚାତମ୍ବା ଓ ପୁରୁଷୋତ୍ତମ ବାରିକ୍ ପ୍ରମୁଖ ଉପସ୍ଥିତ ରହିଥିଲେ । ସେରେଣ୍ଡା ଗ୍ରାମପଞ୍ଚାୟତର ସୁନିଲ କୁମାର ଦତ୍ତ୍ ଟୁର୍ଣ୍ଣାମେଣ୍ଟଟିକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.