Home ଓଡ଼ିଶା ଯୋଡା ଖଣି କ୍ଷେତ୍ରରୁ ଚୋରା ଲୁହାପଥର ଚାଲାଣ ପ୍ରସଙ୍ଗ, ବନ୍ଧା ହେଲେ ଆଉ ୩ ଅଭିଯୁକ୍ତ

ଯୋଡା ଖଣି କ୍ଷେତ୍ରରୁ ଚୋରା ଲୁହାପଥର ଚାଲାଣ ପ୍ରସଙ୍ଗ, ବନ୍ଧା ହେଲେ ଆଉ ୩ ଅଭିଯୁକ୍ତ

40

ଯୋଡା,୩୧ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ୨୫ ତାରିଖ ବିଳମ୍ବିତ ରାତ୍ରୀରେ ବାଂଶପାଣି ଟୋଲଗେଟ ନିକଟରୁ ୪ଟି ଟ୍ରଲର ଓ ଗୋଟିଏ ଟ୍ରକ ଚୋରା ଲୁହାପଥର ବୋଝେଇ କରି ରାଜ୍ୟ ବାହାରକୁ ରପ୍ତାନୀ କରାଯାଉଥିବା ବେଳେ ଯୋଡା ପୁଲିସ ଏହି ଟ୍ରକ ଗୁଡିକୁ ଜବତ କରିଥିଲା । ଘଟଣା ସ୍ଥଳରୁ ୨ଜଣ ଡ୍ରାଇଭରକୁ ପୁଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ଏହି ଘଟଣାରେ ସମ୍ପୃକ୍ତ ଆଉ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେମାନଙ୍କ ନିକଟରୁ ନଗଦ ୮୦ ହଜାର ଟଙ୍କା ଓ ୮ଟି ମୋବାଇଲ ପୁଲିସ ଜବତ କରିଥିଲା । ଗିରଫ ଅଭିଯୁକ୍ତ ସୂଚନା ଅନୁଯାୟୀ ଜବତ ମୋବାଇଲର କଲ ଯାଞ୍ଚସ ପରେ ପୁଲିସ ବୁଧବାର ଦିନ ଆଉ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ବାମେବାରୀ ଥାନା ପଳସା ଅଞ୍ଚଳର ଦୁଃଶାସନ ବାରିକ୍‌, ଜୁରୁଡି ଅଞ୍ଚଳର ସ୍ୱାମଘନ ବାରିକ୍‌, ଅନ୍ୟ ଜଣଙ୍କ ସନାତନ ବେହେରାଙ୍କ ଘର ପଣ୍ଡାପଡା ଅନ୍ତର୍ଗତ ଫୁଲଝର ଗ୍ରାମରେ ବୋଲି ଜଣାପଡିଛି । ତେବେ ସନାତନ ବେହେରା କାସଭି ଉଣ୍ଟରନ୍ୟାସନାଲ ଖଣିରେ ସ୍ୱୀକ୍ୟୁରିଟି ସୁପରଭାଇଜର ଭାବେ କାର୍ଯ୍ୟ କରିଥାନ୍ତି । ଦୁଃଶାସନ ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ) ନିମନ୍ତେ ବିଭିନ୍ନ ଟ୍ରକକୁ ଲୁହାପଥର ପରିବହନ ନିମନ୍ତେ ସଂଘର ରସିଦ କାଟିଥାନ୍ତି ଏବଂ ସ୍ୟାମଘନ ନୂତନ ଭାବେ ଗଠିତ୍ ଜୁରୁଡି ଟ୍ରକ ମାଲିକ ସଂଘର ରସିଦ୍ କାଟିଥାନ୍ତି । ତେବେ ଏହି ୩ଜଣ ଯୋଜନାବଦ୍ଧ ଭାବେ ଖଣି ଚୋରାକାରବାରରେ ସମ୍ପୃକ୍ତ ଥିବା ପୁଲିସ ସୂତ୍ରରୁ ଜଣାପଡିଛି । ତେବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି ଯେ, ଏମାନେ ମୁଖ୍ୟ ଦଲାଲ ଠାରୁ ଦୈନିକ ୧ଲକ୍ଷ ଟଙ୍କା ଏହି ଚୋରାକାରବାର ପାଇଁ ଲାଞ୍ଚ ନେଇଥାନ୍ତି । ଦୀର୍ଘ ଦିନ ଧରି ଏହି ଚୋରାକାରବାର ଚାଲିଆସୁଥିବା ବେଳେ ପ୍ରଶାସନ ଆଖିରେ ଧୂଳି ଦେଇ ଏହି ବାବଦକୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତେବେ ର‌୍ୟାକେଟର ଚେର ଆହୁରି ଗଭୀରରେ ଥିବା ବେଳେ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.