Home ଓଡ଼ିଶା ଯୋଡା : କରୋନା କଟକଣାରେ ଗଣେଷ ପୂଜା ପାଳିତ

ଯୋଡା : କରୋନା କଟକଣାରେ ଗଣେଷ ପୂଜା ପାଳିତ

116

ଯୋଡା, ୧୦ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା କଟକଣା ମଧ୍ୟରେ ଗଣପତୀଙ୍କ ପୂଜାଅର୍ଚ୍ଚନା ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ଦେଖାଯାଇଛି । ଦୀର୍ଘ ୨ ବର୍ଷ ଧରି ଏହି ପୂଜାରେ ପୂର୍ବ ଭଳି ଚମକ ନଥିଲେ ମଧ୍ୟ ଭକ୍ତମାନେ କଟକଣାକୁ ଆଖିଆଗରେ ରଖି ନିୟମ ମୁତାବକ ୪ ଫୁଟ ଉଚ୍ଚତା ମଧ୍ୟରେ ବାବା ଗଣପତିଙ୍କର ମୁର୍ଣ୍ଣମୀ ମୂର୍ତ୍ତି ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । କୁନ୍ଦୁରୁନାଲା ଶିଶୁ ମନ୍ଦିର, ଲକ୍ଷ୍ମୀ ପଡିିଆ ଶିଶୁ ମନ୍ଦିର, ବିଲେଇପଦା ଶିଶୁ ମନ୍ଦିର, ଛାତ୍ର ପ୍ରଗତୀ ଯୁବକ ସଂଘ, ବୃହସ୍ପତି ମହାବିଦ୍ୟାଳୟ, ଯୋଡା ମହିଳା ମହାବିଦ୍ୟାଳ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ବିଭିନ୍ନ ସଂଗଠନ ପ୍ରଭୁତିରେ ଏହି ପୂଜା ଅର୍ଚ୍ଚନା ଅଳ୍ପ ସଂଖ୍ୟକ ସଦସ୍ୟକୁ ନେଇ ଯଥାବିଧି ଅନୁଷ୍ଠିତ କରାଯାଇଛି । ଅନେକ ସ୍ଥାନରେ ଛାତ୍ର-ଛାତ୍ରୀମାନେ ଘରେ ରହି ବିଘ୍ନରାଜଙ୍କ ପୂଜା ଅର୍ଚ୍ଚନା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.