Home ଓଡ଼ିଶା ଯୋଗେଶ୍ୱର ଦତ୍ତ ବିଜେପିରେ ସାମିଲ

ଯୋଗେଶ୍ୱର ଦତ୍ତ ବିଜେପିରେ ସାମିଲ

281

ହରିୟାଣା,୨୬/୦୯,(ଓଡ଼ିଆ ପୁଅ ପି ନାଏକ):ବିଜେପିରେ ସାମିଳ୍‌ ହୋଇଛନ୍ତି କୁସ୍ତି ଯୋଦ୍ଧା ଯୋଗେଶ୍ୱର ଦତ୍ତ । ପୂର୍ବତନ ହକି ଖେଳାଳି ସନ୍ଦିପ୍‌ ସିଂ ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି । ଯୋଗେଶ୍ୱର ଦତ୍ତ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ପାର୍ଥୀ ହେବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି ।ଯୋଗେଶ୍ୱର ଦତ୍ତ ୨୦୧୨ ଅଲମ୍ପିକ୍‌ ରେ ବ୍ରୋଞ୍ଚ୍‌ ମେଡାଲ ଜିତିଥିଲେ । ବିଜେପିର ଷ୍ଟେଟ୍‌ ୟୁନିଟ୍‌ ତରଫରୁ ତାଙ୍କ ନାମ ଘୋଷଣା କରାଯାଇଛି । ହରିୟାଣାର ସ୍ଥାୟୀ ବାସିନ୍ଦା ଯୋଗେଶ୍ୱର ବୁଧବାର ଦିନ ଷ୍ଟେଟ୍‌ ୟୁନିଟ୍ ପ୍ରେସିଡେଣ୍ଟ ସୁଭାସ ବରାଲଙ୍କ ସହ ସାକ୍ଷାତ କରି କହିଥିଲେ ଯେ, ସେ ହରିୟାଣା ପୋଲିସ୍‌ରୁ ନିଜର ଇସ୍ତଫା ଦେଇସାରିଛନ୍ତି । ତେବେ ସେ ହରିୟାଣା ବିଧାନସଭା ନିର୍ବାଚନ ଲଢିବା ପାଇଁ ବିଜେପି ତାଙ୍କୁ ଟିକେଟ୍‌ ଦେଇପାରେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.