Home ଜିଲ୍ଲା ପରିକ୍ରମା ଯୋଗାସନ ସ୍ପୋର୍ଟସ ଆସୋସିଏସନ ଭଦ୍ରକର ଯୋଗାସନ ସ୍ପୋର୍ଟସ ପ୍ରତିଯୋଗିତା

ଯୋଗାସନ ସ୍ପୋର୍ଟସ ଆସୋସିଏସନ ଭଦ୍ରକର ଯୋଗାସନ ସ୍ପୋର୍ଟସ ପ୍ରତିଯୋଗିତା

5

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୋଗାସନ ସହ ଯୋଗ କ୍ରିଡାକୁ ଯୋଡି ରାଜ୍ୟ ଓ ଜାତୀୟ ଆନ୍ତର୍ଯାତୀୟ ସ୍ତରରେ ପହଂଚାଇ କ୍ରିଡାବିତ୍ ତିଆରି କରିବାର ପ୍ରୟାସରେ ଭଦ୍ରକ ଜିଲ୍ଲା ଯୋଗାସନ ସ୍ପୋର୍ଟସ ଆସୋସିଏସନ ତରଫରୁ ଜିଲ୍ଲାର ପ୍ରତି ବ୍ଲକ ସ୍ତରରୁ ପ୍ରତିଯୋଗୀମାନଙ୍କୁ ବାହାର କରି ସେମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ସ୍ରୁଷ୍ଟି କରି ଜାତୀୟ ସ୍ତରକୁ ନେବା ପ୍ରୟାସରେ ଏକ ଯୋଗାସନ ସ୍ପୋର୍ଟସ ପ୍ରତିଯୋଗିତା ଜିଲ୍ଲା ଓକିଲ ସଙ୍ଘ ମିଟିଂ ହଲରେ ଅନୁଷ୍ଠିତ ହୋଇଥିଲା । ଯୋଗାଚାର୍ଯ୍ୟ ବସନ୍ତ ଖିଲାରଙ୍କ ନେତ୍ରୁତ୍ୱରେ ଓ ଯୋଗୀ ବିଦ୍ୟାଧର ସାହୁଙ୍କ ସଂଯୋଜନାରେ ଜିଲ୍ଲାରୁ ୧୦୦ରୁ ଉର୍ଧ୍ୱ ପ୍ରତିଯୋଗୀ ଜୁନିୟର, ସବ ଜୁନିୟର, ସିନିୟର ବିଭାଗରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ସମାପନ ପର୍ବରେ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଚୈତାଳୀ ଖିଲାର, ମମତାମୟୀ ବେହେରା ଓ ଓକିଲ ସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର । ବିଭିନ୍ନ ବିଭାଗରେ ପ୍ରଥମ, ଦ୍ୱିତୀୟ, ତ୍ରୁତୀୟ ସ୍ଥାନ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥୀମାନେ ପଦକ, ଟ୍ରଫି ତଥା ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିରେ ବିଚାରକ ଭାବେ ପବିତ୍ର ମହାନ୍ତି, ସୌମ୍ୟ ରଞ୍ଜନ ମଲିକ, ରିନୁଲତା ଭାରତୀ, ଦିପାଳୀ ବେହେରା, ବସନ୍ତ ଖିଲାର ଓ ଅନ୍ୟମାନେ ଦାୟିତ୍ୱ ତୁଲାଇଥିଲେ। ଏଥିରେ କବିତା ସେଠୀ, ଲିପାରାଣୀ ପଣ୍ଡା, ଜ୍ୟୋଷ୍ନାରାଣା ଓଝା, ସଂଗୀତା ସାହୁ, କଳ୍ପନା ମହାପାତ୍ର, ସ୍ମରଣିକା ବେହେରା, ପ୍ରମୋଦ ସାହୁ, ମମତା ଦାସ,ମଧୁଷ୍ମିତା ବେହେରା ପ୍ରମୁଖ ଯୋଗ ଗୁରୁମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.