Home ଓଡ଼ିଶା ଯୋଗାଯୋଗ ସମସ୍ୟା ଯୋଗୁଁ  ଓଡିଶାର ମହିଳା  ପ୍ରସବ କଲେ ଆନ୍ଧ୍ରରେ

ଯୋଗାଯୋଗ ସମସ୍ୟା ଯୋଗୁଁ  ଓଡିଶାର ମହିଳା  ପ୍ରସବ କଲେ ଆନ୍ଧ୍ରରେ

46

କୋରାପୁଟ ୧୪-୦୨(ଓଡିଆ ପୁଅ /ରଂଜନ ଦାସ) ମୋବାଇଲ ନେଟୱାର୍କ  ନ ଥିବାରୁ ଯୋଗାଯୋଗ ସମସ୍ୟା ହୋଇଥିଲା ଫଳରେ ୧୦୮ କିମ୍ବା ୧୦୨  ପହଂଚି ପାରିନଥିଲା,ହେଲେ  ୨ ଯୁବ ସମାଜସେବୀଙ୍କ ଉଦ୍ୟମରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ ହସ୍ପିଟାଲରୁ ୧୦୮ ଆମ୍ବୁଲାନସ ଆସିବା ପରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଂଚାୟତ ଦଳେଇପେଟା ଗ୍ରାମର ଜଣେ  ଗର୍ଭବତୀ ପାର୍ବତୀପୁରମ ସରକାରୀ ହସ୍ପିଟାଲରେ  ପ୍ରସବ କରିଛନ୍ତି । ଦଳେଇପେଟା ଗ୍ରାମର ସିଦାରୋପୁ ସୋମୁଲୁଙ୍କ ସ୍ତ୍ରୀ ସିଦାରୋପୁୁ ବୋଡିଆମ୍ମାକୁ ଶନିବାର ଅପରହ୍ନ୍ନରେ ପ୍ରସବ ଯଂନ୍ତ୍ରଣା ହୋଇଥିଲା । ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ନାରାୟଣପାଟଣା ୧୦୮କୁ ଫୋନ କରିଥିଲେ,କିନ୍ତୁ ନାରାୟଣପାଟଣାରେ ମୋବାଇଲ ନେଟୱାର୍କ    ସମସ୍ୟା ଥିବାରୁ ଯୋଗା ଯୋଗ ହୋଇ ପାରିନଥିଲା । ଶେଷରେ ଆଶାଦିଦି  ଓ ଅଙ୍ଗନବାଡି କର୍ମୀ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପରେ ପ୍ରଧାନ ଶିକ୍ଷକ ରାମକୃଷ୍ନ ପଣ୍ଡା ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ସହରରେ ସେତେବେଳେ ଉପସ୍ଥିତ  ଥିବା ନାରାୟଣପାଟଣାର ଯୁବ ସମାଜସେବି ତଥା ସାମ୍ବାଦିକ ଅନୀଲ ସୁବୁଦ୍ଧି ଓ ଦିଲ୍ଲୀପ ଦାସଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଉଭୟ ଯୁବ ସମାଜସେବୀ ପାର୍ବତୀପୁରମ ସରକାରୀ ହସ୍ପିଟାଲ ଅଧିକାରୀଙ୍କ ସହ ଆଲୋଚନା କରି ଅନୁରୋଧ କରିବା ପରେ ୧୦୮ ଆମ୍ବୁଲାନସ ଆସି ବୋଡିଆମ୍ମାକୁ ଡୋକସିଲ ହସ୍ପିଟାଲରେ ଭର୍ତିି କରିଥିଲେ । ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ବୋଡିଆମ୍ମାକୁ ପାର୍ବତୀପୁରମକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.