Home ଜିଲ୍ଲା ପରିକ୍ରମା ଯୋଗାଣ ବିଭାଗ ଦ୍ୱାରା ବଜାରରେ ଆଳୁ ପିଆଜର ଷ୍ଟକ୍ ଓ ଦର ତନଖି

ଯୋଗାଣ ବିଭାଗ ଦ୍ୱାରା ବଜାରରେ ଆଳୁ ପିଆଜର ଷ୍ଟକ୍ ଓ ଦର ତନଖି

18

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରର ପରିବା ମାର୍କେଟରେ ଆଳୁ, ପିଆଜର ଅସାଧୁ ବ୍ୟବସାୟ, ଅହେତୁକ ଦରବୃଦ୍ଧି, ବେନିୟମ ମହଜୁଦ ଆଦିକୁ ଯୋଗାଣ ବିଭାଗର ଏକ ସ୍କ୍ୱାଡ଼ ଦ୍ୱାରା ତଦାରଖ କରାଯାଇଛି । ହୋଲ୍ ସେଲ ପଏଣ୍ଟ ରୁ ପାଇକାରି ବ୍ୟବସାୟ ପ୍ରତିଷ୍ଠାନକୁ ଆଳୁ ପିଆଜ ଠିକ୍ ଭାବେ ଯୋଗାଇ ଦିଆ ଯାଉଛିକି ନାହିଁ ତନଖି କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ନେତୃତ୍ୱରେ ଗଠିତ ସ୍କ୍ୱାର୍ଡ଼ ଦ୍ୱାରା ଅଚାନକ ଏହି ତନଖି କରାଯାଇଥିଲା । ଯାଞ୍ଚ କରାଯାଇଥିବା ହୋଲ୍‌ସେଲରଙ୍କ ନାମ ନୱା ଟ୍ରେଡ଼ର, ଭଦ୍ରକ, ମାମାଜୀ ଟ୍ରେଡ଼ର, ଭଦ୍ରକ, ବିସ୍‌ମିଲ୍ଲା ଖାଁ, ଭଦ୍ରକ, ସାହୁ ଟ୍ରେଡ଼ର, ଚରମ୍ପା । ଉପରୋକ୍ତ ଟ୍ରେଡ଼ର ମଧ୍ୟରୁ ନୱା ଟ୍ରେଡ଼ରଙ୍କ ପାଖରେ ୩୨ ପ୍ୟାକେଟ୍ ଆଳୁ ମହଜୁଦ ଥିଲା ଏବଂ ସାହୁ ଟ୍ରେଡ଼ର ପାଖରେ ୪୦୦ ପ୍ୟାକେଟ୍ ମହଜୁଦ ଥିଲା । ଏହି ଷ୍ଟକ୍ ଖୁଚୁରା ବିକ୍ରେତାଙ୍କୁ ସୂଚାରୁ ରୂପେ ବଣ୍ଟନ କରିବାକୁ ପରାମର୍ଶ ଦିଆଗଲା ଏବଂ ଯେପରି ବହୁତ ଲୋକ ପାଇପାରିବେ ଯତ୍ନବାନ ହେବାକୁ ଜଣାଇ ଦିଆଗଲା । କିଲେପ୍ରତି ଆଳୁର ଦର ହୋଲ୍‌ସେଲର ପରେ ୩୨ରୁ ୩୪ଟଙ୍କା ଅଟେ । ସେହିପରି ପିଆଜ ଦର ହୋଲ୍‌ସେଲର ଠାରେ ୩୨ ରୁ ୩୩ ଟଙ୍କା ଅଟେ । ବଜାରରେ ପିଆଜ ସମସ୍ତ ହୋଲସେଲରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଅଛି । ସମସ୍ତ ହୋଲସେଲରଙ୍କୁ ପରାମର୍ଶ ଦିଆଗଲା ରିଟେଲରମାନଙ୍କୁ କ୍ୟାସ୍ ମେମୋ ମାଧ୍ୟମରେ ଉପରୋକ୍ତ ସାମଗ୍ରୀ ବିକ୍ରୟ କରିବେ । ଏହି ସ୍କ୍ୱାର୍ଡ଼ରେ ଥିବା ଅନ୍ୟ ଅଧିକାରୀମାନେ ହେଲେ ଶରତ ବେହେରା, ସହକାରୀ ଯୋଗାଣ ଅଧିକାରୀ, ଭଦ୍ରକ, ମଧୁସ୍ମିତା ସେନାପତି, ଯୋଗାଣ ନିରୀକ୍ଷକ, ଭଦ୍ରକ ପୌରପାଳିକା ଓ ଅଜୟ ଦାସ, ଯୋଗାଣ ନିରୀକ୍ଷକ, ଭଦ୍ରକ ବ୍ଲକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.