Home ଜିଲ୍ଲା ପରିକ୍ରମା ଯୋଗାଣସାମଗ୍ରୀ ର ସରଳିକରଣ ନିମନ୍ତେ ପ୍ରଶିକ୍ଷଣ କର୍ମଶାଳା

ଯୋଗାଣସାମଗ୍ରୀ ର ସରଳିକରଣ ନିମନ୍ତେ ପ୍ରଶିକ୍ଷଣ କର୍ମଶାଳା

46

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ରେ ଯୋଗାଣସାମଗ୍ରୀ ବଣ୍ଟନ ସ୍ୱଚ୍ଛତା ଏବଂ ସରକାରଙ୍କର ୱାନ ନେସନ ୱାନ ରେସନକାର୍ଡ଼ ଯୋଜନା ପ୍ରଣୟନର ଏକ କର୍ମଶାଳା ପଂଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରବାସୀ ଶ୍ରମିକ ଓ ଗରିବଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ୱାନ ନେସନ ୱାନ ରେସନକାର୍ଡ଼ ଯୋଜନା ପ୍ରଣୟନ ସମ୍ପର୍କରେ ଉପସ୍ଥିତ ଡ଼ିଲରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଳା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ କୁମାର ମହାପାତ୍ର, ସହକାରୀ ଯୋଗାଣ ଅଧିକାରୀ ଶରତଚନ୍ଦ୍ର ବେହେରା, ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ବ୍ଲକ ଯୋଗାଣନିରୀକ୍ଷକ ଆନିବେଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ଏହି ଯୋଜନାର ସୁଫଳ ଓ ତା’ର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ସୂଚନା ଦେଇଥିଲେ । ରାସନକାର୍ଡ଼ ଥିବା ଜଣେ ହିତାଧିକାରୀ ସାରା ଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ଡ଼ିଲରଙ୍କ ଠାରୁ ତା’ର ରାସନସାମଗ୍ରୀ ଉଠାଇ ପାରିବେ । ଏଥିପାଇଁ ତାଙ୍କୁ ଆଉ ପୁରୁଣା ରିଟେଲର ପଏଂଟକୁ ଯିବାକୁ ପଡ଼ିବ ନାହିଁ । ୱାନ ନେସନ ୱାନ ରେସନ କାର୍ଡ଼ ସରକାର ଖାଦ୍ୟ ଯୋଗାଣ ଉପରେ ଜନସାଧାରଣଙ୍କୁ ସୁବିଧା ଯୋଗାଇବା ସହ ସ୍ୱଚ୍ଛତା ଆଣିବାକୁ ପ୍ରୟାସ କରିଛନ୍ତି ବୋଲି ଉପସ୍ଥିତ ଅଧିକାରୀମାନେ କହିଥିଲେ । ଶେଷରେ ଗିରିଜା ପ୍ରଶାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.