Home ଓଡ଼ିଶା ଯୌତୁକ ଜୁଇରେ ଜଳିଲା ନବବଧୂ

ଯୌତୁକ ଜୁଇରେ ଜଳିଲା ନବବଧୂ

154

ନବରଙ୍ଗପୁର, ୨୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଯୌତୁକ ଜୁଇରେ ଜଳିଗଲା ନବବଧୂ। ନବରଙ୍ଗପୁର ଫରେଷ୍ଟ କଲୋନୀରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଶାଶୁଘର ପକ୍ଷରୁ ଏହାକୁ ଆତ୍ମହତ୍ୟା କୁହାଯାଉଥିବାବେଳେ ବାପଘର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି।

ମୃତ ବଧୂ ଜଣକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗାଁର ରଶ୍ମିରେଖା। ଗତ ମେ ୧ ତାରିଖରେ ରଶ୍ମିରେଖା ନବରଙ୍ଗପୁର କାକୁଡିଆମ୍ବ ଗାଁର ହେମନ୍ତ ନାୟକଙ୍କ ପୁଅ ଧର୍ମାନନ୍ଦ ନାୟକଙ୍କୁ ବିବାହ କରିଥିଲେ।

ରଶ୍ମିରେଖା ସ୍ୱାମୀ ଓ ଦିଅର ସହ ରହୁଥିଲେ। ଗତକାଲି ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ରଶ୍ମିଙ୍କ ବାପଘର ପକ୍ଷରୁ ଥାନାରେ ଏତଲା ଦିଆଯିବାପରେ ପୋଲିସ ଧର୍ମାନନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.