ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସାଧାରଣ ବ୍ୟକ୍ତିତ୍ୱ, ସେବା, ତ୍ୟାଗ, ତିତିକ୍ଷାର ଛାପ ଛାଡ଼ିଯାଇଥିବା ବ୍ୟକ୍ତି ମାନଙ୍କ ସ୍ମୃତି ଚାରଣା କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଓ ସେମାନଙ୍କ ଆଦର୍ଶକୁ ଉତରପିଢ଼ୀମାନଙ୍କୁ ପରିଚିତ କରାଇ ସେଥିରେ ଅନୁପ୍ରାଣୀତ ହେବାକୁ ପ୍ରୋତ୍ସାହିତ କରିବା ସମାଜ ପାଇଁ ସ୍ୱାଗତ ଯୋଗ୍ୟ ଓ ପ୍ରଶଂସନୀୟ ପଦକ୍ଷେପ। ଆନୁଷ୍ଠାନିକ ଶିକ୍ଷା ସହ ନୈତିକତା ଓ ସଂସ୍କାର ଶିକ୍ଷାବିନା ଆଜିର ବିପଥଗାମୀ ଓ ଉଦ୍ଭ୍ରାନ୍ତ ଯୁବ ଗୋଷ୍ଠୀକୁ ସୁସାମାଜିକ କରାଇବା ସମ୍ଭବ ନୁହେଁ ଏବଂ ଏଥିରେ ପିତାମାତା, ଗୁରୁଜୀ ଏବଂ ଆମ ସମସ୍ତ ସଚେତନ ନାଗରିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳଜ୍ୟୋତି ଗୟାଧର ବାରିକ ସ୍ମୃତି ସଂସଦ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଗୟାଧର ବାରିକଙ୍କ ୧୫ତମ ସ୍ମୃତି ସମାରୋହରେ ଯୋଗ ଦେଇଥିବା ଅତିଥିମାନେ ନିଜ ନିଜ ବକ୍ତବ୍ୟ ଜରିଆରେ ପ୍ରକାଶ କରିଥିଲେ। ଅନୁଷ୍ଠାନର ସ୍ଥାୟୀ ସଭାପତି ଡ. ଭାଗବତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଉଦ୍ଘାଟକ ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ, ସର୍ବୋଦୟ ସଂଗଠକ, ସଭାପତି ସର୍ବଭାରତୀୟ ସେବାସଂଘ ସମ୍ବର୍ଦ୍ଧିତ ପ୍ରତିଭା ଆଦିତ୍ୟ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଆଧ୍ୟାତ୍ମିକ ପ୍ରବଚକ, ବେଦ ପୀୟୁଷର ସମ୍ପାଦକ ବିରେନ୍ଦ୍ର କୁମାର ପଣ୍ଡା, ବିଶିଷ୍ଟ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ, ସମାଜସେବୀ ଓ ପ୍ରତିଷ୍ଠିତ ସାହିତ୍ୟିକ ଡଃ ବ୍ରଜମୋହନ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ଶିକ୍ଷାବିତ୍ ଗୟାଧର ପଣ୍ଡା ମଂଚ ଆହ୍ୱାନ କରିଥିଲେ, ସାମ୍ବାଦିକ, ସଂଗଠକ, ରୋଟିଆରନ୍ ସମାଜସେବୀ ଅତିଶ୍ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ନାସିର ବକ୍ସ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ସ୍ୱର୍ଗତ ବାରିକ୍ଙ୍କ ସୁପୁତ୍ର ଉପେନ୍ଦ୍ର କୁମାର ବାରିକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଉଦ୍ଘାଟକ ଜିଲ୍ଲାପାଳ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ନାୟକଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଫୁଲ୍ଲ କୁମାର ପରିଡ଼ା ମାନପତ୍ର ପଠନ କରିଥିଲେ। ଗାନ୍ଧି ଓଡ଼ିଶା ବାଳାଶ୍ରମର ୨୦୨୩-୨୪ ମସିହାର ‘ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଶାନ୍ତ ମାହୁନ୍ତ, ଭଦ୍ରକ ପୌରପାଳିକାର ୨୦୨୪ ମସିହାର କର୍ତବ୍ୟନିଷ୍ଠ ସଫେଇ କର୍ମଚାରୀ ରାହୁଲ ନାୟକ, ଭଦ୍ରକ ଜିଲ୍ଲାର ଉଦୀୟମାନ ଯୁବ କ୍ରିକେଟ ଖେଳାଳୀ ସତ୍ୟକାମ ଭରଦ୍ୱାଜଙ୍କୁ ଦେବେନ୍ଦ୍ର ସ୍ମୃତି କ୍ରିକେଟ୍ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଗାନ୍ଧି ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ୱାରା ଗୁରୁ ରାମନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା। ଭଦ୍ରକ ସର୍ବୋଦୟ ମଣ୍ଡଳର ସଭାପତି ଅମର ପାଣିଗ୍ରାହୀ, ତ୍ୟାଗଭୂମିର ଅଜୟ ନାୟକ, ସମାଜସେବୀ ବୈଲୋଚନ ଜେନା, ଏସ୍.ଏମ୍. ଫାରୁକୁ, ଲଲାଟେନ୍ଦୁ ମହାନ୍ତି, କୌଳାଶ ମହାପାତ୍ର, ଶାନ୍ତନୁ ରାଉତ, ପବିତ୍ର ପାଣିଗ୍ରାହୀ, ବିଦ୍ୟାଧର ସାହୁ, ବାସୁଦେବ ବାରିକ୍, ସୁଧାକର ରାଉତ, କରୁଣାକର ଉପାଧ୍ୟାୟ, ବିଜୟ ବହଳୀ, ସୀତାକାନ୍ତ ଦାସ, ପବନ ଶର୍ମା, ଶିବ ଚରଣ ଖାମୁରାଇ, ମନୋରଞ୍ଜନ ମହାନ୍ତି, ଆଦିତ୍ୟ ନାୟକ, ମୃତ୍ୟୁଞ୍ଜୟ ପଣ୍ଡା, ବ୍ୟୋମକେଶ ଚନ୍ଦନ କୁମାର ଜେନା, ଡ. ଅବିନାଶ ପ୍ରଧାନ, ରାଜେନ୍ଦ୍ର ବିଶ୍ୱାଳ, ଅଞ୍ଜନା ମିଶ୍ର, ଜାନକୀ ପାଢ଼ୀ, କୃପାସିନ୍ଧୁ ନାୟକ ପ୍ରମୁଖଙ୍କ ସହ ଆତ୍ମୀୟ ସ୍ୱଜନ ମଧ୍ୟରେ ସ୍ୱର୍ଗତ ବାରିକଙ୍କ ଜାମାତା ଇଂ ନାରାୟଣ ନାଗ, ବିଚିତ୍ରାନନ୍ଦ ଦାସ, ପ୍ରଦୀପ ପଲାଇ, ସନାତନ ଦାସ, ପୁତ୍ର ରାଜେନ୍ଦ୍ର ବାରିକ୍, କନ୍ୟା ରାଜଲକ୍ଷ୍ମୀ ବାରିକ୍, ଭାଗ୍ୟଲକ୍ଷ୍ମୀ ବାରିକ୍, ବିଜୟଲକ୍ଷ୍ମୀ ବାରିକ୍ ଓ ସିଦ୍ଧାର୍ଥ ବାରିକ୍ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।