Home ଜିଲ୍ଲା ପରିକ୍ରମା ଯୁବ ଯାଦବ ମହାସଭା ପକ୍ଷରୁ ଜନ୍ମାଷ୍ଟମୀ ପାଳିତ, ଲଉଡ଼ି ଖେଳ, ନାଟକ କଂସ ବଧ, ନୃତ୍ୟ...

ଯୁବ ଯାଦବ ମହାସଭା ପକ୍ଷରୁ ଜନ୍ମାଷ୍ଟମୀ ପାଳିତ, ଲଉଡ଼ି ଖେଳ, ନାଟକ କଂସ ବଧ, ନୃତ୍ୟ ପ୍ରତିଯୋଗିତା ଥିଲା ମୁଖ୍ୟ ଆକର୍ଷଣ

16

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ର ଟାଉନ ହଲ ଠାରେ ଗତକାଲି ଶନିବାର ସନ୍ଧ୍ୟା ୬ଘଟିକା ରେ ଜିଲ୍ଲା ଯୁବ ଯାଦବ ମହାସଭା ପାକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ଉକ୍ତ ଉତ୍ସବ ରେ ଯୁବ ଯାଦବ ଜିଲ୍ଲା ସଭାପତି ରବିନାରାୟଣ ଖିଲାର ଙ୍କ ସଭାପତତ୍ୱରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉଦଘାଟକ ଓ ଭଦ୍ରକ ଜିଲ୍ଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣ ଙ୍କର ଲୀଳା ଖେଳା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ଯୁବ ଯାଦବ ସଭାପତି ଅମର କୁମାର ନାୟକ, ଜଗା ଚାକର ସଂଘ ପୁରୀ ର ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ଧାମନଗର ବ୍ଲକ ସଭାପତି ସୁବାସ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଯାଦବ ସଂଗଠନ ର ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା ଅତିଥି ପରିଚୟ ପ୍ରଦାନ ସହ ସଂଗଠନ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସେହିପରି ପ୍ରଥମ ଅଧିବେଶନରେ ରାଜ୍ୟ ଉତ୍କଳ ଯାଦବ ସଭାର ମହିଳା ସମ୍ପାଦିକା ସଂଯୁକ୍ତା ଯାଦବ ଙ୍କ ସଂଯୋଜନା ରେ ଶିକ୍ଷାବିତ ଡ଼. ରମାକାନ୍ତ ନାୟକ, ଅଧ୍ୟାପକ ଜୟନ୍ତ କୁମାର ପରିଡା, ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ବାରିକ,ଶିକ୍ଷକ ଅଶୋକ ଖିଲାର,ରୋ. ପବିତ୍ର ମୋହନ ଖିଲାର, ବ୍ଲକ ସଭାପତି ହରିଶ୍ଚନ୍ଦ୍ର ବାରିକ,ପଦ୍ମନାଭ ଦାସ,ମାଧବ ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଉପସଭାପତି ସଂଜୀବ ନାୟକ, ନିରୁ ବାରିକ, ସାଧୁ ଚରଣ ବାରିକ, ପ୍ରଶାନ୍ତ ବେହେରା, ଜଗନ୍ନାଥ ବେହେରା, ସତ୍ୟବ୍ରତ ଦାସ, ମନୋରଞ୍ଜନ ବାରିକ, ମନୋଜ ବାରିକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାସୁଦେବପୁର ରୁ ଆସିଥିବା ଲଉଡ଼ି ଖେଳ, ଚୁନିଦା ଉତ୍କଳ ଗ୍ରୁପ ପକ୍ଷରୁ ନାଟକ \’କଂସ ବଧ\’ ଓ ଜିଲ୍ଲାର ନୃତ୍ୟ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା କରାଯାଇ ପିଲାମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମସ୍ତ ବ୍ଲକ ଯାଦବ ସଭାପତି, ଯାଦବ ମୁରବି ନୃସିଂହ ଚରଣ ଖିଲାର, ଦିବାକର ବାରିକ,ଖବରଦାତା ପ୍ରତାପ ଚନ୍ଦ୍ର ବେହେରା, ଓୟୁଜେ ଜିଲ୍ଲା ସଭାପତି ପ୍ରିୟଦର୍ଶନ ବୋଇତି, ଜଗା ଚାକର ସଂଘ, ପୁରୀ,ପ୍ରାଣୀ ଚିକିତ୍ସକ ନିରାକାର ଜେନା, ସ୍ୱାସ୍ଥ୍ୟ ସେବିକା ନିରୁପମା ଦାଶ, ଶିକ୍ଷୟତ୍ରୀ ଗାୟତ୍ରୀ ସେଠି, ନୃତ୍ୟ ନିର୍ଦେଶକା ଜାଗୃତି ଦାସ ମଲ୍ଲିକ, ମହିଳା ସଂଗଠନ ର ଅଞ୍ଜନା ମିଶ୍ର, ମନୋରମା ରାୟ, ଦମୟନ୍ତୀ ରାଉତ, ଶଶିକଳା ମିଶ୍ର,ଗଜାନନ ପୂଜା କମିଟି,ରାଜ୍ୟ ମହିଳା ଯାଦବ ସଂଘର ସମ୍ପାଦିକା ସଂଯୁକ୍ତା ଯାଦବ, ଜିଲ୍ଲା ନେତ୍ରୀ ଶାନ୍ତିଲତା ବାରିକ ଙ୍କ ସମେତ ସମସ୍ତ ନୃତ୍ୟ ନିର୍ଦେଶକା ରିଚିସ୍ମିତା ମହାନ୍ତି, ଶ୍ୱେତପଦ୍ମା ଦାସ ବେହେରା, ପୁଷ୍ପମିତ୍ରା ବେହେରା ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.