Home ଓଡ଼ିଶା ଯୁବ କଂଗ୍ରେସର ଜିଲ୍ଲାସ୍ତରୀୟ ସାଂଗଠନିକ ସମୀକ୍ଷା : ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବାକୁ ଆହ୍ୱାନ ଯୁବ...

ଯୁବ କଂଗ୍ରେସର ଜିଲ୍ଲାସ୍ତରୀୟ ସାଂଗଠନିକ ସମୀକ୍ଷା : ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବାକୁ ଆହ୍ୱାନ ଯୁବ କଂଗ୍ରେସ ସଭାପତି ଓ ପ୍ରଭାରୀଙ୍କ ୫ ଜିଲ୍ଲା ଗସ୍ତ

63

ଭୁବନେଶ୍ୱର, ୧୮ ଡିସେମ୍ବର (ଓଡ଼ିଆ ପୁଅ) : ଆସନ୍ତା ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଯୁବ କଂଗ୍ରେସ ନେତୃବର୍ଗଙ୍କ ଆହ୍ୱାନ କ୍ରମେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ମଜଭୁତ ଓ କ୍ରିୟାଶୀଳ କରିବା ପାଇଁ ଅଂଟା ଭିଡିଛି। ଏହି ଅବସରରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଓ ପ୍ରଭାରୀ ରିୟାଜୁଲ ଅନସାରୀ ରାଜ୍ୟର ୫ ଜିଲ୍ଲା ଗସ୍ତ କରି କର୍ମୀଙ୍କ ମନୋବଳ ବଢ଼ାଇବା ସହ ତୃଣମୂଳସ୍ତରରେ ଦଳର ସାଂଗଠନିକ କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଡିସେମ୍ବର ୧୯ରେ ବରଗଡ଼, ୨୦ରେ ସୋନପୁର, ୨୧ରେ କଳାହାଣ୍ଡି, ୨୨ରେ କୋରାପୁଟ ଓ ୨୩ରେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି, ତୈଳ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଦେଶରେ ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଉଥିବାବେଳେ ଏହାର ସମାଧାନ ନ କରି ସରକାର ଅଳ୍ପ କେତେକ ନିର୍ଦ୍ଦିଷ୍ଟ ପୁଞ୍ଜିପତିଙ୍କ ସମ୍ପତି ବଢ଼ାଇବାରେ ଲାଗିଛନ୍ତି। ଫଳରେ ବେକାରୀ ଓ ଦାଦନ ଶ୍ରମିକ ସଂଖ୍ୟା ବଢ଼ିବାରେ ଲାଗିଛି। ସେପଟେ ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ହତ୍ୟା ଆଦି ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତେ ରାଜ୍ୟ ସରକାର ନିଜ ମନ୍ତ୍ରୀ ଓ ନେତାମାନଙ୍କୁ ଘଂଟ ଘୋଡ଼ାଉଛନ୍ତି। ଖାଲି ସେତିକି ନୁହେଁ, ଏହାର ପ୍ରତିବାଦ କଲେ ପୋଲିସ ଲଗାଇ ଆନ୍ଦୋଳନକାରୀଙ୍କ ଉପରେ ଜୁଲୁମ କରୁଛନ୍ତି। ତେଣୁ ଏ ସମ୍ପର୍କରେ ତୃଣମୂଳସ୍ତରରେ ଜନସାଧାରଣଙ୍କୁ ଅବଗତ କରାଇ ଆଗାମୀ ପଂଚାୟତ ନିର୍ବାଚନରେ ଏହାର ଉପଯୁକ୍ତ ଜବାବ ଦେବାକୁ ଡ. ଲେଙ୍କା କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.