Home ଜିଲ୍ଲା ପରିକ୍ରମା ଯୁବ ଆଇନଜୀବୀଙ୍କ ମୃତ୍ୟୁ, ଧାମନଗର ଓକିଲ ସଂଘ ପକ୍ଷରୁ ଶୋକ

ଯୁବ ଆଇନଜୀବୀଙ୍କ ମୃତ୍ୟୁ, ଧାମନଗର ଓକିଲ ସଂଘ ପକ୍ଷରୁ ଶୋକ

29

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳ ରେ ଯୁବ ଆଇନିଯିବି ପ୍ରେମଜିତି ମହାନ୍ତି ଙ୍କ ଅକାଳ ବିୟଗ ରେ ଧାମନଗର ଓକିଲ ସଙ୍ଗ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।ସଂଘର ସଭାପତି ଅଶୋକ ଦାସ ଙ୍କ ସଭାପତିତ୍ୱରେ ଏକ ଶୋକ ସଭାର ଅନୁଷ୍ଠିତ ହୋଇଥିଲା. ଧାମନଗର ଓକିଲ ସଂଘର ସଭ୍ୟ ପ୍ରେମଜିତ ମହାପାତ୍ର ଗତ ଏପ୍ରିଲ ଏକ ତାରିଖ ଦିନ ଏକ ସଡ଼କ ଦୁର୍ଘଟଣାରେ ଶିକାର ହୋଇ ପାଖାପାଖି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ବାସଭବନ ଶ୍ୟାମପୁର ଠାରେ ରହି ଚିକିତ୍ସିତ ହେଉଥିଲେ। ଗତ ଦୁଇ ତାରିଖ ମଧ୍ୟ ରାତ୍ରିରେ ତାଙ୍କୁ ହୃଦଘାତ ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଧାମନଗର ଡାକ୍ତରଖାନା କୁ ନେଇଯାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସକାଳେ ତାଙ୍କ ମୃତ୍ୟୁ ଖବର ଶୁଣି ଓକିଲ ସଂଘର ବହୁ ସଦସ୍ୟ ତାଙ୍କ ବାସଭବନରେ ପହଁଚି ମହାପାତ୍ର ଙ୍କୁ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ଭେଟି ଥିଲେ.ପରେ କୋର୍ଟ ପରିସର ରେ। ସାଧାରଣ ସମ୍ପାଦକ ରଞ୍ଜିତ କୁମାର ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ ଅମରେନ୍ଦ୍ର ମହାନ୍ତି, ଅବିରାମ ମହାନ୍ତି, ଆଇନଜିବୀ ମୀନତି ମଲ୍ଲିକ, ଗୋପାଳ ବାରିକ, ବ୍ରହ୍ମାନନ୍ଦ ଜେନା, ସନ୍ତୋଷ କୁମାର ତ୍ରିପାଠୀ, ପର୍ଶୁରାମ ମହାପାତ୍ର, ରାମଚନ୍ଦ୍ର ରାଉତ, ଲକ୍ଷ୍ମୀନାରାୟଣ ମହାପାତ୍ର ପ୍ରମୂଖ ଯୋଗ ଦେଇ ଅମର ଆତ୍ମାର ସଦାଗତୀ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ମହାପାତ୍ର ଙ୍କ ଜୀବନ ବଳି ଉପରେ ଆଲୋଚନା କରିଥିଲେ। ଓକିଲ ସଂଘ ପକ୍ଷରୁ ସମସ୍ତ ଓକିଲ ମାନେ ଗୋଟିଏ ଦିନ ପାଇଁ ନିଜକୁ କାର୍ଯ୍ୟ କରିବାରୁ ଦୂରେଇ ରଖିଥିଲେ। ସ୍ୱର୍ଗତ ମହାପାତ୍ର ଙ୍କ ମୃତ୍ୟୁ ପରେ କିପରି ଯଥାଶୀଘ୍ର ରାଜ୍‌ଯ ଆଇନଜିବୀ ପରିଷଦ ରୁ ତାଙ୍କ ପରିବାରକୁ ମୃତ୍ୟୁ କାଳୀନ ପ୍ରୋତ୍ସାହନ ରାଶି ମିଳି ପାରିବ ସେ ନେଇ ରାଜ୍ୟ ଆଇନଜିବୀ ପରିଷଦକୁ ସଂଘ ର ସମ୍ପାଦକ ରଞ୍ଜିତ କୁମାର ମହାନ୍ତି ରାଜ୍ୟ ଆଇନଜିବୀ ପରିଷଦର ଉପାଧକ୍ଷ ରାଜୀବ କୁମାର ମହାନ୍ତି ଙ୍କୁ ଅବଗତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.