Home ଜିଲ୍ଲା ପରିକ୍ରମା ଯୁବରେଡ଼କ୍ରସ ଓ ଏନ୍‌ଏସ୍‌ଏସ୍ ପକ୍ଷରୁ ଯୁବଦିବସ ପାଳନ

ଯୁବରେଡ଼କ୍ରସ ଓ ଏନ୍‌ଏସ୍‌ଏସ୍ ପକ୍ଷରୁ ଯୁବଦିବସ ପାଳନ

60

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀରମୋହନ ସ୍ମରଣୀୟ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ପରି ତାରୁଣ୍ୟ ପୃଷ୍ଟରେ କିଛିବି ଅସମ୍ଭବ ନୁହେଁ । ଭାରତ ଏକ ତ୍ୟାଗର ଦେଶ, ଭୋଗର ଦେଶ ନୁହେଁ । ଭାରତୀୟ ଯୁବପିଡ଼ି ଏହି ସତ୍ୟଟିକୁ ଅନୁଭବ କରି କାର୍ଯ୍ୟରେ ପରିଣତ କଲେ ଭବିଷ୍ୟତରେ ଏକ ସୁନ୍ଦର ଭାରତବର୍ଷର ସ୍ୱପ୍ନ ଦେଖିହେବବୋଲି ସ୍ୱାମୀ ବିବେକାନନ୍ଦ ଜୟନ୍ତି ତଥା ଜାତୀୟ ଯୁବଦିବସ ଅବସରରେ ଧାମନଗର ମହାବିଦ୍ୟାଳୟରେ ଅନୁଷ୍ଠିତ ଯୁବରେଡ଼କ୍ରସ ଓ ଜାତୀୟ ସେବାଯୋଜନାର ୨ସ୍ୱତନ୍ତ୍ର ସେମିନାରରେ ମତପ୍ରକାଶ ପାଇଛି । କୋଭିଡ଼ ଗାଇଡ଼ଲାଇନ୍ ଅନୁଯାୟୀ ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କୁ ନେଇ ପୂର୍ବାହ୍ନରେ ଜିଲ୍ଳା ଚିକିତ୍ସାଳୟର ଏଡ୍‌ସ୍ ସେଲର ସହାୟତାରେ ଯୁବରେଡ଼ କ୍ରସ ତରଫରୁ ଏକ ସମ୍ପାନ ଅନୁଷ୍ଠିତ ହୋଇଥିବାବେଳେ ଅପରାହ୍ନରେ ଜାତୀୟ ସେବାଯୋଜନା ତରଫରୁ ଏକ ଜାତୀୟ ସ୍ତରୀୟ ଆଭାସୀ ସଂପାନ ଅନୁଷ୍ଠିତ ହୋଇଥିଲା । ଉଭୟ ସେମିନାରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ ପୌରହିତ୍ୟ କରିଥିଲେ । ପ୍ରଥମେ ସମ୍ପାନରେ ମୁଖ୍ୟଅତିଥିଭାବେ ଭଦ୍ରକ ଏଡ଼୍‌ସ୍ ସେଲର ବରିଷ୍ଠ ଡ଼ାକ୍ତର ଦୀପକ ନାୟକ, ସମ୍ମାନୀତଅତିଥି ଭାବେ ଦେବବ୍ରତ ମହାପାତ୍ର ଓ କାଶିବିଶ୍ୱନାଥ ମହାନ୍ତି ଯୋଗଦେଇଥିଲେ । ସ୍ୱେଛାସେବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଛତା ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏନ୍‌ଏସ୍‌ଏସ୍ ଆଭାଷ ସମ୍ପାନର ମୁଖ୍ୟଅତିଥିଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଜାତୀୟ ସେବାଯୋଜନାର ସଂଯୋଜକ ଅମୂଲ୍ୟ କୁମାର ଆଚାର୍ଯ୍ୟ ଓ ମୁଖ୍ୟବକ୍ତା ଭାବେ ପଶ୍ଚିମବଙ୍ଗ ବିବେକାନନ୍ଦ ଶତବାର୍ଷିକୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ. ବିପ୍ଳବ କୁମାର ଯୋଗଦେଇଥିଲେ । ଯୁବରେଡ଼କ୍ରସ୍ ଓ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ମହମ୍ମଦ ଇସ୍ରାଇଲ୍‌, ସ୍ମରଣୀକା ପ୍ରଧାନ ଏବଂ ଏନ୍‌ଏସ୍‌ଏସ୍‌ର ଜିଲ୍ଲା ପ୍ରୋଗ୍ରାମ ଅଫିସର ବୈରୀଗଞ୍ଜନ ଦାସ ଉଭୟ ସମ୍ପାନର ସୁ-ପରିଚାଳନା କରିଥିବାବେଳେ ଯୁକ୍ତ ଦୁଇର ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ଡ଼ଃ. ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.