Home କେନ୍ଦୁଝର ଯୁବତୀଙ୍କ ମୋବାଇଲକୁ ଅଶ୍ଳିଳ ଫଟୋ ଛାଡିବା ଓ ହତ୍ୟା ଧମକ , ଥାନାରେ ଅଭିଯୋଗ କଲେ...

ଯୁବତୀଙ୍କ ମୋବାଇଲକୁ ଅଶ୍ଳିଳ ଫଟୋ ଛାଡିବା ଓ ହତ୍ୟା ଧମକ , ଥାନାରେ ଅଭିଯୋଗ କଲେ ଯୁବତୀ

138

ହାଟଡିହି- ୩୦ / ୫(ଓଡିଆପୁଅ / ବିକାଶ ବିଶ୍ୱାଳ) ନିଜକୁ କେନ୍ଦ୍ରାପଡା ଅଞ୍ଚଳର କହୁଥିବା ଜଣେ ଯୁବକ ହାଟଡିହି ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ପାଖକୁ ଅଶ୍ଳିଳ ଫଟୋ ଓ ଭିଡିଓ ପଠାଇବା ଓ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ଯୁବତୀକୁ ହତ୍ୟା କରିଦେବାର ଧମକ ଦେବା ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଯୁବକ ଜଣକ ଗତ ୬/୭ଦିନ ତଳେ ହଠାତ ଉକ୍ତ ଯୁବତୀଙ୍କୁ ଫୋନ କରିଥିଲେ । ଯୁବତୀ ଜଣକ ଫୋନ ରିସିଭ କରିବାପରେ ଉକ୍ତ ଯୁବକ ଜଣକ ରଙ୍ଗ ନମ୍ବର କହି କାଟି ଦେଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ହ୍ୱାଟସଆପ ଜରିଆରେ ବିଭିନ୍ନ ଅଶ୍ଳିଳ ଫଟୋ ଓ ଭିଡିଓ ପଠାଇଥିଲା । ଏନେଇ ସଂପୃକ୍ତ ଯୁବତୀଙ୍କ ପରିବାର ଓ ସମ୍ପର୍କୀୟ ମାନେ ବିରୋଧ କରିବାରୁ ଅଧିକ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଯୁବତୀ ଜଣକ ସୋସୋ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.