Home କେନ୍ଦୁଝର କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶୈଳବାଳା ଫାଉଣ୍ଡେସନର ପ୍ରୟାସ

କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶୈଳବାଳା ଫାଉଣ୍ଡେସନର ପ୍ରୟାସ

100

ହାଟଡିହି- ୩୦ / ୫(ଓଡିଆପୁଅ / ବିକାଶ ବିଶ୍ୱାଳ) କୁନି କୁନି ପିଲାଙ୍କ ମୁହଁରେ ହସଫୁଟାଇବା ପାଇଁ ଶୈଳବାଳା ଫାଉଣ୍ଡେସନ ପ୍ରୟାସ କରିଛି । ଆମ ଜୀବନରେ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ହେଲେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ମାନଙ୍କରେ ଅନେକ ପିଲା ଶିକ୍ଷାରୁ ବଞ୍ଚିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଶୈଳବାଳା ଫାଉଣ୍ଡେସନ ବେଲପୋସି ଗ୍ରାମରେ ଶିକ୍ଷା ଯୋଜନାରେ ୭୦ଜଣ ଛାତ୍ର ଛାତ୍ରୀଙ୍କୁ ସାମିଲ କରି କୁନି କୁନି ପିଲାମାନଙ୍କୁ ପାଠ୍ୟ ଉପକରଣ, ସାନିଟାଇଜର, ମାସ୍କ ଓ ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ ଘରେ ବସି ପାଠପଢ଼ିବାକୁ ପରାମର୍ଶ ଦିଆଯାଇଥିଲା । ଏଥିରେ ସଭାପତି ରାଜୀବ ନାୟକ, ତ୍ରୀନାଥ ସେଠୀ, ପ୍ରଭାତ ପାତ୍ର, ବିକ୍ରମ ପ୍ରଧାନ, ପ୍ରଦୀପ ପାତ୍ର, ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.