Home ଜିଲ୍ଲା ପରିକ୍ରମା ଯୁବତୀଙ୍କ ମତ୍ୟୁରେ ଅଞ୍ଚଳରେ ଚର୍ଚ୍ଚା

ଯୁବତୀଙ୍କ ମତ୍ୟୁରେ ଅଞ୍ଚଳରେ ଚର୍ଚ୍ଚା

49

ବାହାନଗା,୮ା୧( ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବରିପଦା ପଞ୍ଚାୟତ ୧୦ନଂ ୱାର୍ଡ଼ କଙ୍କଡ଼ାଛକ ଅଞ୍ଚଳରେ ଜଣେ ଯୁବତୀ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଏହି ଅଞ୍ଚଳର କାଳନ୍ଦ୍ରୀ ମଳିକଙ୍କ ଝିଅ ଆତ୍ମହତ୍ୟା ନା ଅ‌ସ୍ୱାଭିକ ମୃତ୍ୟୁ  ଚ‌ର୍ଚ୍ଚା ହେଉଥିବାର   ଜଣାପଡ଼ିଛି । ପରିବାର ଲୋକେ କେହି ଘରେ ନଥିବା ବେଳେ ଏହି ଘଟଣା ଘଟିଛି । ପରିବାର ଲୋକେ ଆସି ତାକୁ ୧୦୮ ଆମ୍ବୁଲାନ୍ସ ଡ଼ାକି ହସପିଟାଲ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି । ତେବେ ମୃତ୍ୟୁକୁ ନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି । ପାଖ ଲୋକେ ଝିଅ ନିଜ ଓଡ଼ଣୀ ଲଗାଇ ଅତ୍ମହତ୍ୟା କରିବା କହୁ ଥିବା ବେଳେ କେହି ଝିଅ ବସିଥିବା ବେଳେ ଟଳି ପଡ଼ିଥିବାର କହିଛନ୍ତି ।ମୃତ୍ୟୁର କାରଣ ଜଣା ପଡ଼ି ନାହିିଁ । ତେବେ ଖବର ପାଇ  ଗୋପାଳପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଚର୍ଚ୍ଚାର ଅନ୍ତ ହେବ ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.