ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ରଣଜିତ୍ ପଂଚାୟତ ପାତାଳସିଂ ଗ୍ରାମର ଜୟରାମ ମୁଣ୍ଡା (୨୭) ଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜୟରାମ ଧାନବିଲରୁ ନଡା ଆଣିବାକୁ ଯାଇ ଆଉ ଘରକୁ ଫେରିନଥିଲା। ପରିବାର ଲୋକେ ଖୋଜାଖୋଜି କରି ଧାନବିଲ ମଧ୍ୟରେ ଥିବା ଏକ ଅଶ୍ୱସ୍ଥ ଗଛରେ ତାର ଶରୀର ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ସେମାନେ ତାକୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ମୃତକର ଭାଇ ରାଜେନ୍ଦ୍ରଙ୍କ ପକ୍ଷରୁ ଥାନାରେ କେଶ୍ ନଂ ୧/୨୬ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ଭଦ୍ରକରେ ବ୍ୟବଚ୍ଛେଦ ହୋଇଛି।








