Home ଅପରାଧ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହାତ ଲେଖା ଚିଠି ଜବତ୍, ପୋଲିସ ତଦନ୍ତ ଜାରି

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହାତ ଲେଖା ଚିଠି ଜବତ୍, ପୋଲିସ ତଦନ୍ତ ଜାରି

172

ହରିଚନ୍ଦନପୁର, ତା ୨୦ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧଳପୁର ଗ୍ରାମ ନିକଟସ୍ଥ ରାସ୍ତାକଡ଼ ମହୁଲ ଗଛରୁ ହାତବନ୍ଧା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ସକାଳ ସମୟରେ ସେହି ରାସ୍ତା ଦେଇ ହରିଚନ୍ଦନପୁର ସାପ୍ତାହିକ ହାଟକୁ ଆସୁଥିବା ବଳଦ ବେପାରୀ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଘଟଣା ଦେଖିବା ପରେ ମୃତଦେହଟି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ପୁଅ ପବିତ୍ର ମହାନ୍ତ(୨୨) ବୋଲି ଚିହ୍ନିବା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣା ସମ୍ପର୍କରେ ଶୁଣି ଘଟଣାସ୍ଥଳରେ ପହଞ୍ଚି ପବିତ୍ରକୁ ଚିହ୍ନିବା ପରେ ହରିଚନ୍ଦନପୁର ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର ପରେ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି । ଉକ୍ତ ଗଛ ନିକଟରୁ ମଦ ବୋତଲ, ସିଗାରେଟ୍ ପ୍ୟାକେଟ୍, ସଫଲ ଗୁଟଖା ଏବଂ ଏକ ପାଣି ବୋତଲ ସହ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ହାତ ଲେଖା କାଗଜ ମିଳିଥିବା ଜଣାପଡିଛି । ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.