Home କେନ୍ଦୁଝର ଯୁବକଙ୍କ ଅକାଳ ବିୟୋଗ

ଯୁବକଙ୍କ ଅକାଳ ବିୟୋଗ

79

ହାଟଡ଼ିହି-୩ /୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ଯୁବ ସମାଜସେବୀ ବିଶ୍ୱଭୁଷଣ ନାୟକ(୩୬)ଙ୍କ ଅକାଳ ବିୟୋଗ ଘଟିଛି । ସେ ପାଇଖାନାକୁ ଯାଇଥିବାବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ନିଆଯାଇଥିଲା । ସେଠାକ୍ତୋଙ୍କର ବିୟୋଗ ଘଟିଥିଲା । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିଶ୍ୱଭୁଷଣଙ୍କ ସାନବାପା ବିଷ୍ଣୁପ୍ରସାଦ ନାୟକ, ଭାଇ ମଣ୍ଟୁ, ଚିକୁ ଓ ଭାଉଜ ଦୀପା ପ୍ରମୁଖ ଡାକ୍ତରଖାନାରୁ ବିଶ୍ୱଭୁଷଣଙ୍କ ମରଶରୀରକୁ ଗାଁକୁ ଧରି ଆସିବାପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।ସେ ଜଣେ ମେଳାପୀ, ଶାନ୍ତ ସରଳ, ସହନଶୀଳ ଓ ପରୋପକାରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଗେଡମା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ଘରେ ତାଙ୍କର ବିଧବା ପତ୍ନୀ ଓ ଏକମାତ୍ର ୪ବର୍ଷର କନ୍ୟା ସନ୍ତାନଟିଏ ଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.