Home ଜିଲ୍ଲା ପରିକ୍ରମା ଯୁଧିଷ୍ଠିର ଉପ୍ରା ବିଦ୍ୟାଳୟରେ ବିଜ୍ଞାନ ମେଳା

ଯୁଧିଷ୍ଠିର ଉପ୍ରା ବିଦ୍ୟାଳୟରେ ବିଜ୍ଞାନ ମେଳା

7

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅଣିଜୋ ପଂଚାୟତ ଯୁଧିଷ୍ଠିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଜନଗର ମଙ୍ଗଳପୁର ପରିସରରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ୨୨ ଗୋଟି ପ୍ରକଳ୍ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ଉପକରଣ ପ୍ରଦର୍ଶନ କରିଥିଲେ । ଏ ନେଇ ଆୟୋଜିତ ସଚେତନତା ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଏଥିରେ ସ୍ଥାନୀୟ ସାଧନକେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ସାହୁ, ଗୋପିନାଥପୁର ସଂଯୋଜକ ପ୍ରଫୁଲ କୁମାର ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବା ନନ୍ଦ ମହାନ୍ତି ପ୍ରମୁଖ ବିଜ୍ଞାନ ମେଳାର ଆବଶ୍ୟକତା ଏବଂ ବର୍ତମାନ ସମୟକୁ ତାଳଦେଇ ନୂତନ ଜ୍ଞାନ କୌଶଳ ଉପରେ ମତ ରଖିଥିଲେ । ବିଜ୍ଞାନ ଶିକ୍ଷକ କାହ୍ନୁଚରଣ ନାୟକଙ୍କ ସଂଯୋଜନାରେ ପ୍ରକଳ୍ପ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗଣପତି କଟୁଆଳ, ଅନିତା ସେଠୀ, ଘନଶ୍ୟାମ ପଣ୍ଡା, ମନ୍ମଥ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.