ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପାର ନିର୍ମାଣଧୀନ ଫ୍ଲାଏ ଓଭରବ୍ରିଜ୍ର ୨୨ଟି ସ୍ଲାବରୁ ଇତିମଧ୍ୟରେ ୧୭ଟି ପଡିସାରିଲାଣି। ବାକି ୫ଟି ସ୍ଲାବ ଆସନ୍ତା ୨ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ। ତେବେ ଆଗାମୀ ୨୦୨୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଉଭୟ ରାସ୍ତା ଓ ଫ୍ଲାଏ ଓଭରବ୍ରିଜ୍ର କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଆକଳନ କରାଯାଇଛି। ଏବେ ଏହି ୧୧୯ ଏଲ.ସି. ମା’ ତାରିଣୀ ମନ୍ଦିର ନିକଟ ରେଲ୍ୱେ ଫ୍ଲାଏ ଓଭରବ୍ରିଜ୍ ଏବଂ ରାସ୍ତା କାମ ଯୁଦ୍ଧକାଳୀନ ଭିତିରେ ଚାଲୁଛି। ଏହି ରାସ୍ତା ହେବା ପାଇଁ ବେସ୍ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଧାନ କଟା ପରେ ମାଟି ପକାଇବା କାର୍ଯ୍ୟ ଚାଲିବ। ଏହି ବ୍ରିଜ୍ଟି ୧୬ନଂ ଜାତୀୟ ରାଜପଥ ସର୍ଭିସ୍ ରୋଡ୍ (ଦିଲ୍ଲୀପ ଚାହା ଦୋକାନ) ରୁ ଆରମ୍ଭ ହୋଇ ପୁରୁଣା ହନୁମାନ ରାଇସ୍ ମିଲ୍ ଦେଇ ଗୁଣ୍ଠୁଣିଆ ବଜାର ଠାରେ ଶେଷ ହେବ। ଏହି ରାସ୍ତାରେ ଦୁଇଟି ସର୍ଭିସ୍ ରୋଡ୍ ବାହାରିବ। ଡାହାଣ ପାଖ ସର୍ଭିସ୍ ରୋଡ୍ଟି ରୋଲ୍ୱେ ଷ୍ଟେସନକୁ ଯାତାୟତ ପାଇଁ ଏବଂ ବାମପାଶ୍ୱର୍ଟି ରେକ୍ ପଏଂଟକୁ ସଂଯୋଗ କରିବ। ଯେଉଁଥିରେ ମାଲବାହୀ ଟ୍ରକ୍ ସୁବିଧାରେ ଯାତାୟତ କରିବ।
Home ଜିଲ୍ଲା ପରିକ୍ରମା ଯୁଦ୍ଧକାଳୀନ ଭିତିରେ ଚାଲୁଚି ୧୧୯ ଏଲ୍ସି ରେଲ୍ୱେ ଫ୍ଲାଏ ଓଭର ବ୍ରିଜ୍ କାର୍ଯ୍ୟ, ଆସନ୍ତା ୨୦୨୭...








