Home ଜିଲ୍ଲା ପରିକ୍ରମା ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ସାରିବାକୁ ମନ୍ତ୍ରୀଙ୍କ ନିର୍ଦେଶ

ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ସାରିବାକୁ ମନ୍ତ୍ରୀଙ୍କ ନିର୍ଦେଶ

5

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା ରେ ବନ୍ୟା ଜଳ କମିବାରେ ଲାଗିଛି । ତେବେ ବଡ ବନ୍ୟା ହୋଇ ଥିଲେ ମଧ୍ୟ ଲୋକ ଙ୍କ ର କୌଣସି କ୍ଷତି ହୋଇନାହିଁ କି ବନ୍ଧ ବାଡ କେଉଁଠି ସେମିତି ବି କ୍ଷତି ହୋଇନି। ତେବେ ବନ୍ୟା ଛାଡିବା ପରେ ପଧାନି ପଂଚାୟତ ରାମରାକୁଳ ଠାରେ କୋଚିଳା ନଦୀର ବାମ ପାର୍ଶ୍ୱ ପଠା ୨୦ ଫୁଟ ଧଶି ଯାଇଚି। ଏହାକୁ ନେଇ ରାମରାକୁଳ ଗ୍ରାମବାସି ଭୟଭିତ ଅବସ୍ଥାରେ ଅଛନ୍ତି। ଏହି ସ୍ଥାନ ଠାରୁ ଟିକେ ଦୂରକୁ ଲାଗି କୋଚିଳା ମୁହଁ ରହିଛି। ବୈତରଣୀ ନଦୀରେ ପାଣି ହେବା କ୍ଷଣକେ କୋଚିଳା ନଦୀ ଫୁଲି ଥାଏ। ଯେଉଁ ସ୍ଥାନରେ ପଠା ଧସିଛି। ସେଠାରେ ୩ ରୁ ୪ ଫୁଟ ପଠା ରହିଛି। ସେହି ପଠା ସମ୍ପୂର୍ଣ୍ଣ ନଦୀକୁ ଧସିଯାଇଛି। ଏଣୁ ବନ୍ଧ ପ୍ରତି ବିପଦ ରହିଛି। ଘଟଣା ସଂପର୍କରେ ରବିନାରାୟଣ ଜେନା, ତପନ ସାହୁ, ସୁରେନ୍ଦ୍ର ସାହୁଙ୍କ ସମେତ ଶତାଧିକ ଗ୍ରାମ ଲୋକ ତୁରନ୍ତ ପହଂଚି ପ୍ରଶାସନକୁ ଖବର ଦେଇଥିଲେ। ପରେ ଘଟଣା ସଂପର୍କରେ ଖବର ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିର୍ଦେଶ ପରେ ସ୍ଥାନୀୟ ସରପଂଚ ତଥା ମନ୍ତ୍ରୀଙ୍କ ଧାମନଗର ପ୍ରତିନିଧି ଅଶୋକ ପୁହାଣ, ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡ଼ାଇ ଓ ଏସ ଡି ଓ କିଶୋର ଦାସ ପହଂଚି ଦେଖିବା ସହ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରାଯିବା ନେଇ କହିଥିଲେ। ତେବେ ଆସନ୍ତା କାଲି ଠାରୁ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ପୁହାଣ କହିଛନ୍ତି। ତୁରନ୍ତ ଉକ୍ତ ପଠାରେ ମରାମତି କରାଯିବ ବୋଲି ଏସ ଡି ଓ ଶ୍ରୀ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.