Home କେନ୍ଦୁଝର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ପାଟଣା ବ୍ଲକରେ ନୈରାଶ୍ୟ ଜନକ ପରୀକ୍ଷା ଫଳକୁ ନେଇ...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ପାଟଣା ବ୍ଲକରେ ନୈରାଶ୍ୟ ଜନକ ପରୀକ୍ଷା ଫଳକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

159

ପାଟଣା ୧୩-୮ (ଓଡ଼ିଆ ପୁଅ) – ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଚଳିତ ବର୍ଷ ପାଟଣା ବ୍ଲକରେ ଥିବା ତିନୋଟି କଲେଜର ପରୀକ୍ଷା ଫଳ କମ ରହିଥିବା ରୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଟଣା ମୁଖ୍ୟାଳୟରେ ଥିବା ବହୁ ପୁରାତନ କଲେଜ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମ ପାଟଣାରେ ଚଳିତ ବର୍ଷ ୯୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୧୪ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ପ୍ରଥମ ସ୍ଥାନରେ ଜଣେ ଦ୍ଵିତୀୟ ସ୍ଥାନରେ ୪ଜଣ ତୃତୀୟ ସ୍ଥାନରେ ୭ ଜଣ ଯାହା କଲେଜରେ କେମିତି ଶିକ୍ଷାଦାନ ଦିଆ ଯାଇଛି ସ୍ପଷ୍ଟ ଅନୁମେୟ ହେଉଛି। ସେହିପରି ବ୍ଲକର ଉପାନ୍ତ ଅଞ୍ଚଳ ଡୁମୁରିଆ କଲେଜରୁ ଚଳିତ ବର୍ଷ ୨୭ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିଲେ ସେଥି ମଧ୍ୟରୁ ମାତ୍ର ୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ପ୍ରଥମ ସ୍ଥାନରେ କେହି ନଥିବା ବେଳେ ଦ୍ଵିତୀୟ ସ୍ଥାନରେ ୪ଜଣ ଓ ତୃତୀୟ ସ୍ଥାନରେ ୩ ଜଣ ପାସ କରିଛନ୍ତି। ତୁରୁମୁଙ୍ଗା କଲେଜ ରେ ଚଳିତ ବର୍ଷ ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ପ୍ରଥମ ସ୍ଥାନରେ ଦୁଇ ଜଣ ଦ୍ଵିତୀୟ ସ୍ଥାନରେ ଜଣେ ଓ ତୃତୀୟ ସ୍ଥାନରେ ୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଯାହାକି ପାଟଣା ଓ ଡୁମୁରିଆ ଠାରୁ ଉତ୍ତମ ଫଳ ହୋଇଥିବା ଅଭିଭାବକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ ଦୁଃଖ କଷ୍ଟ କରି ଅର୍ଥ ସାରି ଉଚ୍ଚ ଶିକ୍ଷିତ କରିବା କୁ କଲେଜ ରେ ନାମ ଲେଖାଉଥିଲେ ହେଁ କଲେଜ କତ୍ତୃପକ୍ଷ ଛାତ୍ରଛାତ୍ରୀ ଙ୍କୁ ଭଲ ଭାବେ ପାଠ ପଢାଉ ନଥିବା ଅତ୍ୟନ୍ତ କ୍ଷୋଭ ସହକାରେ ପ୍ରକାଶ କରିବା ସହିତ କଲେଜ କର୍ତ୍ତୃପକ୍ଷ କଲେଜ ଛାତ୍ରଛାତ୍ରୀମାନଙ୍କୁ କଲେଜ ରେ ଭଲ ଭାବେ ପାଠ ନ ପଢାଇ ଟ୍ୟୁସନ ରେ ବ୍ୟସ୍ତ ରହୁଥିବା ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ସେପଟେ ଭଲ ପରୀକ୍ଷା ଫଳ ହୋଇନଥିବାରୁ ପାଟଣା କଲେଜର ଅଧକ୍ଷଙ୍କୁ ପରୀକ୍ଷା ଫଳ ବାବଦ ରେ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ ଉଠାଇ ନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.