Home ଜିଲ୍ଲା ପରିକ୍ରମା ଯାତ୍ରୀବାହୀ ବସରେ ଅଧିକ ଭଡା ନେବା ପ୍ରସଙ୍ଗ, ବସ ସିଣ୍ଡିକେଟ ସହ ଆଲୋଚନା ହେଲାନି କାର୍ଯ୍ୟକାରୀ,...

ଯାତ୍ରୀବାହୀ ବସରେ ଅଧିକ ଭଡା ନେବା ପ୍ରସଙ୍ଗ, ବସ ସିଣ୍ଡିକେଟ ସହ ଆଲୋଚନା ହେଲାନି କାର୍ଯ୍ୟକାରୀ, ୩୧ରେ ଜନସାଧାରଣମଂଚ ତିହିଡିରେ କରିବ ବସ୍ ରୋକୋ

2

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ବେଳେ ବସ କର୍ମଚାରୀ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଏହାର ପ୍ରତିବାଦରେ ମାର୍ଚ୍ଚ ୩୧ତାରିଖରେ ଜନସାଧାରଣ ମଂଚ ତିହିଡିରେ ବସ ରୋକ ଆନ୍ଦୋଳନ ହେବବୋଲି ଚେତାବନୀ ଦିଆଯାଇଛି। ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।ତେବେ ବସ ଭଡା ଯାତ୍ରୀଙ୍କ ଠାରୁ ୨ଗୁଣ ନେବା ଓ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରାଯିବା ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଅଧିବାସୀମାନେ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ପରେ ସିପିଏମ ତିହିଡି଼ ଆଂଚଳିକ କମିଟି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇ ଗତବର୍ଷ ନଭେମ୍ବର ୨୪ତାରିଖରେ ତିହିଡି଼ରେ ବସରୋକୋ କରାଯିବାକୁ ସ୍ଥିର କରିଥିଲା । ଏ ସମ୍ପର୍କରେ ଦଳ ପକ୍ଷରୁ ଜିଲାପାଳ, ଏସପି, ଜିଲା ପରିବହନ ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଆନ୍ଦୋଳନ ପୂର୍ବଦିନ ତିହିଡି଼ ଥାନା ପରିସରରେ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ଉପସ୍ଥିତିରେ ବସ ସିଣ୍ଡିକେଟର ସଭାପତି ଶ୍ରୀନିବାସ ପତି, ଯୁଗ୍ମ ସମ୍ପାଦକ ନିଶିକାନ୍ତ ପଣ୍ଡା, ସଭ୍ୟ ଇମତିଆଜ ଅଲ୍ଲୀ ଖାଁ ଏବଂ ସିପିଏମ ନେତା ପ୍ରଫୁଲ୍ଲ ପାଢ଼ୀ, ବିଷ୍ଣୁ ଦାଶ, ସତ୍ୟବ୍ରତ କୁଣ୍ଡ, ନିର୍ମଳ ଦଳାଇ, ରାଜକିଶୋର ଲଙ୍କାଙ୍କ ମଧ୍ୟରେ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା । ବସରେ ରେଟ ଚାର୍ଟ ଲଗାଯିବା ସହ ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ା ନିଆଯିବ ବୋଲି ନିଷ୍ପତି ହୋଇଥିବା ବେଳେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରାଗଲେ ବସ ସିଣ୍ଡିକେଟକୁ ଜଣାଇବାକୁ ନିଷ୍ପତି ହୋଇଥିଲା ମାତ୍ର ଏହା କାର୍ଯ୍ୟକାରୀ ନହେବାରୁ ତିହିଡି଼ ବ୍ଲକ ଜନ ସାଧାରଣ ମଂଚ ପକ୍ଷରୁ ଆସନ୍ତା ୩୧ ତାରିଖରେ ତିହିଡି଼ରେ ବସରୋକୋ କରାଯିବ ବୋଲି ନିଷ୍ପତି ଦିଆଯାଇଛି । ମଂଚ ପକ୍ଷରୁ ଦର୍ଶାଯାଇଛି ଯେ, ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସଗୁଡିକରେ ଯାତ୍ରୀମାନଙ୍କ ଠାରୁ ୨ଗୁଣା ଭଡ଼ା ନିଆଯାଉଛି କ୍ଷ ବସରେ ରେଟ ଚାର୍ଟ ଲଗାଯାଇ ନଥିବା ବେଳେ ସାଧାରଣ ବସରେ ଡିଲକ୍ସ ଭଡ଼ା ନିଆଯାଉଛି । ଏକ୍ସପ୍ରେସ ଭଡ଼ା ୧କିମି. ପ୍ରତି ୯୨ପଇସା, ଡିଲକ୍ସ ଭଡ଼ା ୧ଟଙ୍କା ୫୫ପଇସା, ସୁପର ପ୍ରିମିୟମ ବସ ୨ଟଙ୍କା ୪୧ପଇସା ଏବଂ ସାଧାରଣ ବସ ୮୮ପଇସା ଭଡ଼ା ସରକାରୀ ଭାବେ ଲାଗୁ ହୋଇଛି । ତିହିଡି଼ରୁ ଭଦ୍ରକ ବାଇପାସ ୧୮କିମି. ହୋଇଥିବା ବେଳେ ସାଧାରଣ ବସ ଭଡ଼ା ୧୫. ୮୪ଟଙ୍କା ପରିବର୍ତେ ୩୦ଟଙ୍କା ଏବଂ ଚାନ୍ଦବାଲିରୁ ଭଦ୍ରକ ୬୦ରୁ ୭୦ଟଙ୍କା ନିଆଯାଇ ଯାତ୍ରୀଙ୍କୁ ଶୋଷଣ କରାଯାଉଥିବା ଦର୍ଶାଯାଇଛି । ଆଲୋଚନାରେ ଥିବା ସିପିଏମ ନେତାଙ୍କ ସମେତ ସୁଧାଂଶୁ ଶେଖର ମାହୁନ୍ତ, ଶ୍ରୀଧର ଜେନା, ପୁରସ୍ତମ ମଲିକ, କୃଷ୍ଣଚନ୍ଦ୍ର ମଳିକ, ମନମୋହନ କୁଣ୍ଡ, ସୁବାସ ଦାସ, ବାବୁରାମ ମଳିକ,ମୁକ୍ତିକାନ୍ତ ଭୋଳ,ସନାତନ ବେହେରା, କୃଷ୍ଣ ଚନ୍ଦ୍ର ମଳିକ,ମୁରଲୀଧର କୁଣ୍ଡ,କେଶବ ଦାସ ପ୍ରମୁଖ ବସରୋକୋ କରିବେ ବୋଲି ପ୍ରଶାସନକୁ ଅବଗତ କରାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.