Home ଜିଲ୍ଲା ପରିକ୍ରମା ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ମୃତ୍ୟୁରେ ଶୋକ

ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ମୃତ୍ୟୁରେ ଶୋକ

1

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କାଲି ରାତିରେ ଯାତ୍ରାରେ ଅଭିନୟ କରି ସମସ୍ତଙ୍କୁ ହସାଇବା ପାଇଁ ଯାଉଥିଲେ ଜଣେ ଯାତ୍ରା କେମେଡିଆନ। କିନ୍ତୁ ମଝି ରାସ୍ତାରେ ସଡ଼କ ଦୁର୍ଘଟଣା ରେ ଚାଲିଗଲା କଳାକାର ଙ୍କ ଜୀବନ। ଏଭଳି ଦୁଖଦଃ ଘଟଣା ଦେଖା ଯାଇଛି ଭଦ୍ରକ ଡାକ୍ତରଖାନାରେ। ଗତକାଲି ରାତି ପ୍ରାୟ ୮ ଟା ରେ ଯାତ୍ରା ଇନ୍ଦ୍ରଭୁବନ ପାର୍ଟି ର କମେଡିଆନ ଗୁରୁ ପୁଷ୍ଟି ଭଦ୍ରକ ର ଜଣେ ସମ୍ପର୍କୀୟ ଙ୍କ ଘରକୁ ଆସି ଯାତ୍ରା କେମ୍ପ ପଡି ଥିବା ଧାମନଗର ବ୍ଲକ ଷଣ୍ଡ ପୁର ଅଭିମୁଖେ ଅଭିନୟ କରିବା ପାଇଁ ଏକ ମୋଟର ସାଇକେଲ ରେ ଫେରୁ ଥିଲେ। ତେବେ ୧୬ ନମ୍ବର ଜାତୀୟ ରାଜପଥ ର ବିଷ୍ଣୁ ପୁର କେନାଲ ଛକ ନିକଟ ରେ ଛିଡା ହୋଇଥିବା ଏକ ଡ଼ମ୍ପରକୁ ପଛ ରୁ ତାଙ୍କ ମୋଟର ସାଇକେଲ ଅନ୍ୟ ମନସ୍କ ଯୋଗୁଁ ଧକ୍କା ଦେଇଥିଲା। ଫଳରେ ଯାତ୍ରା ଅଭିନେତା ଗୁରୁ ପୃଷ୍ଟି ଗୁରୁତର ହୋଇ ପଡ଼ିଥିଲେ। ତେଣୁ ତାଙ୍କୁ ଗୁରୁତର ଭାବେ ପେଟ୍ରୋଲିଙ୍ଗ କରୁଥିବା ଧାମନଗର ପୋଲିସ ଭଦ୍ରକ ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଗୁରୁ ପୃଷ୍ଟି ଙ୍କ ବୟସ ୩୩ ବର୍ଷ ତାଙ୍କ ଘର କଟକ ବାଦାମବାଡ଼ି ଅଂଚଳ। ସେ ଯାତ୍ରା ଇନ୍ଦ୍ର ଭୁବନ ପାର୍ଟି ରେ ଜଣେ ହାସ୍ୟ ଅଭିନେତା ଭାବେ ଅଭିନୟ କରନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ସାଥି କଳାକାର ମନେ ଡାକ୍ତରଖାନା ଯାଇ ତାଙ୍କୁ ଶେଷ ଦର୍ଶନ କରି ଦୁଃଖ ପ୍ରକାଶ କରିଛନ୍ତି। ଆଜି ମୃତ ହାସ୍ୟ ଅଭିନେତା ଗୁରୁ ଙ୍କ ଶବ କୁ ବେବାଛେଦ ପରେ ତାଙ୍କ ପରିବାର କୁ ହସ୍ତାନ୍ତର କରାଯାଇଛି। ଯାତ୍ରା ପାର୍ଟି ର ପ୍ରାୟ ସମସ୍ତ କଳାକାର ଡାକ୍ତରଖାନା ରେ ପହଂଚି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି। ତେବେ ଯାତ୍ରା କଳାକାର ଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.