Home ଜିଲ୍ଲା ପରିକ୍ରମା ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର

ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର

12

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୦ ମସିହା ଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ୫ ଜଣ ଯାତ୍ରା ନାଟ୍ୟ ଓ ପାଲା ଜଗତର ପ୍ରତିଭାବାନଙ୍କୁ ତାହା ପ୍ରଦାନ କରାଯାଇଛି । ୨୦୨୦ ପାଇଁ ନରେନ୍ଦ୍ର ପ୍ରସାଦ ପରିଡା, ୨୦୨୧ ପାଇଁ ସୁଧାକର ନନ୍ଦ, ୨୦୨୨ ର ଉଦୟନାଥ ସାହୁ, ୨୦୨୩ ପାଇଁ ଦାମୋଦର ଦାଶ ଓ ୨୦୨୪ ପାଇଁ ବିଜୟ ଦାସଙ୍କୁ ଏହି ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ବରିଷ୍ଠ ପ୍ରତିଭା, ସ୍ୱାଧୀନତା ସଂଗ୍ରାମୀ ଓ ଚିତ୍ରଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲା କଳା ସଂସ୍କୃତି ସଂଘ ଉପସଭାପତି ତ୍ରିଲୋଚନ ପଣ୍ଡା, ବ୍ଲକ୍ କଳା ସଂସ୍କୃତି ସଂଘ ଭଣ୍ଡାରିପୋଖରୀ ଓ ତିହିଡିରୁ ରବିନ୍ଦ୍ର କୁମାର ଜେନା, ଭାଗୀରଥି ଦତ, ବରିଷ୍ଠ ଚିତ୍ରଶିଳ୍ପୀ ଜୟନ୍ତ କୁମାର ନାୟକ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.