Home ଜିଲ୍ଲା ପରିକ୍ରମା ଯାତ୍ରା ରାଜନନ୍ଦିନୀର ଚତୁର୍ଥ ବର୍ଷ ଆଖାଡା ପୂଜା, ଅଶ୍ଳୀଳତା ଠାରୁ ଦୂରରେ ରହି ଯାତ୍ରା ପରିବେଷଣ...

ଯାତ୍ରା ରାଜନନ୍ଦିନୀର ଚତୁର୍ଥ ବର୍ଷ ଆଖାଡା ପୂଜା, ଅଶ୍ଳୀଳତା ଠାରୁ ଦୂରରେ ରହି ଯାତ୍ରା ପରିବେଷଣ ନିଷ୍ପତି

12

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଜନ୍ମ ଲାଭ କରିଥିବା ଯାତ୍ରା ରାଜନଦିନୀ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି। ଭଦ୍ରକ କଳାର ମାଟି। ଭଦ୍ରକମାଟିରେ ଜନ୍ମିତ ନାଟ୍ୟାଚାର୍ଜ୍ୟ ରଘୁନାଥ ପଣ୍ଡା ଏଇ ମାଟିର ସୁପୁତ୍ର । ତେଣୁ ଯାତ୍ରାର ଆର୍ôଥକ ଲାଭ ଉପରେ ଅଧିକ ଗୁରୁତ୍ୱ ନ ଦେଇ ଓଡିଆ କଳା ସଂସ୍କୃତିକୁ ଉଦଜୀବିତ କରି ଅଶ୍ଳୀଳତା ବା ଅଙ୍ଗ ପ୍ରଦର୍ଶନ ଠାରୁ ଦୂରେଇ ରହି ନାଟକ ପରିବେଷଣ ପାଇଁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଅତଥି ିଭାବରେ ଯୋଗ ଦେଇ ପରାମର୍ଶ ଦେଇଥିଲେ। ଏବର୍ଷ ବଛା ବଛା ଆଗଧାଡିର ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ଯାତ୍ରା ରାଜନନ୍ଦିନୀ ତାର ଯାତ୍ରା ପରିଶେଷଣ କରିବାକୁ ପ୍ରତିଶୃତିବଦ୍ଧ ଓ ଦର୍ଶକମାନେ ଯାତ୍ରା ଦେଖିବା ପାଇଁ ଆସିଲେ ସେମାନଙ୍କର ଶତ ପ୍ରତିଶତ ମନୋରଞ୍ଜନ ଦେବାର ଗ୍ୟାରେଂଟି ଦେବା ସହ ସୁନାମଧନ୍ୟ ଲେଖକ ଓ ଆଗଧାଡିର ନିର୍ଦ୍ଦେଶକ ମାନଙ୍କୁ ନେଇ ସପରିବାର ବସି ଦେଖିଲା ଭଳି ନାଟକ ନାଟକ ପ୍ରସ୍ତୁତ ହୋଇଛି ବୋଲି ଏହାର ପ୍ରଯୋଜକ ଇଂ ସ୍ତୁତି ରଞ୍ଜନ ପଲାଇ ନିଜର ମତ ରଖିଥିଲେ। ଭଦ୍ରକ ଇଚ୍ଛାପୂର ଛକ ନିକଟରେ ଏବର୍ଷ ଯାତ୍ରା ରାଜନନ୍ଦିନୀ ତାର ଆଖଡା ସାଲ କରିଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ତ୍ୟାଗଭୂମି ସଭାପତି ଅଜୟ ନାୟକ , ସ୍ଥାନୀୟ ବ୍ରହ୍ମପୁର ଗ୍ରାମ ପଂଚାୟତର ସରପଂଚ ନରହରି ସାହୁ, ପୂର୍ବତନ ସରପଂଚ ମହେଶ୍ୱର ପଲାଇ, ସମିତି ସଭ୍ୟ ପ୍ରତିନିଧି ଅଜୟ ପଲାଇ ପ୍ରମୁଖ ଯୋଗ ଦେଇଥିଲେ। ଯାତ୍ରା ରାଜନନ୍ଦିନୀର ପରାମର୍ଶଦାତା ତଥା ବରିଷ୍ଠ ଅଧିବକ୍ତା ଗଦାଧର ବଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପରିଚାଳକ ପ୍ରଦୀପ କୁମାର ମିଶ୍ର ଓରଫ ଭାନୁ ବାବୁ, ବରିଷ୍ଠ କଳାକାର ସଞ୍ଜୟ ଭୋଳ, ଟୁନିଆ ମଲ୍ଲିକ, ସଞ୍ଜୟ, ପହଲି , ମାମା, ଦିପୁ ପ୍ରମୁଖ ଅନେକ କଳାକାର ଉପସ୍ଥିତ ରହିଥିଲେ। ସକାଳେ ମା ସାରଳା, ମା ବିରଜା, ମା ତାରିଣୀ, ମା ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣୀଙ୍କ ପିଠରୁ ଆଜ୍ଞାମାଳ ଅଣାଯାଇ ପୂଜାର୍ଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.