Home ଜିଲ୍ଲା ପରିକ୍ରମା ଯାତ୍ରା ପାର୍ଟିକୁ ଆଡଭାନ୍ସ ଦେଇ ଠକେଇ, ଗାଡି ଆଗରେ ଧାରଣା, ଘଟଣା ଥାନାରେ

ଯାତ୍ରା ପାର୍ଟିକୁ ଆଡଭାନ୍ସ ଦେଇ ଠକେଇ, ଗାଡି ଆଗରେ ଧାରଣା, ଘଟଣା ଥାନାରେ

6

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମରେ ଯାତ୍ରା ଗାଡ଼ି କୁ ଅଟକାଇବା ନେଇ ଉତେଜନା ଦେଖାଦେଇଛି। “ଯାତ୍ରା ଅଶୋକ ସମ୍ରାଟ” ନାମକ ଯାତ୍ରା ପାର୍ଟିକୁ ୯ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିଲେ ସତ୍ୱେ ଯାତ୍ରା ପରିବେଷଣ ନହେବାରୁ ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ ପ୍ରତିବାଦରେ ଗାଡି ଆଗରେ ଧାରଣାରେ ବସିଛନ୍ତି।ଅଭିଯୋଗ ଅନୁସାରେ, ଚାନ୍ଦବାଲି ଥାନା ଅଧୀନ ତେନ୍ତୁଳିଡିହ ଗ୍ରାମର ବାସନ୍ତୀ ଦୁର୍ଗାପୂଜା ଅବସରରେ ଯାତ୍ରା ପରିବେଷଣ ପାଇଁ ଯାତ୍ରା ପାର୍ଟିର ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁଙ୍କୁ କମିଟି ପକ୍ଷରୁ ୯ ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ଯାତ୍ରା ପାର୍ଟି ଆସିନଥିବା ସହିତ ଟଙ୍କା ମଧ୍ୟ ଫେରସ୍ତ କରାଯାଇନଥିବାରୁ କମିଟି ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କମିଟି ସଦସ୍ୟ ରୂପେଶ ରାଉତ ସହ ଅନ୍ୟମାନେ ଏହି ଘଟଣାକୁ ନେଇ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ମିଳିନଥିଲା। ପରେ ରବିବାର ଦିନ ସେମାନେ ଖବର ପାଇଥିଲେ ଯେ ଉକ୍ତ ଯାତ୍ରା ପାର୍ଟି ଧୂଷୁରୀ ଥାନା ଅଧୀନ ଫତେପୁରରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ପରିବେଷଣ କରୁଛି। ତୁରନ୍ତ କମିଟି ସଦସ୍ୟମାନେ ସେଠାକୁ ପହଂଚି ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ସହ ଯାତ୍ରା ପାର୍ଟିର ଗାଡି ଆଗରେ ଧାରଣାରେ ବସିଥିଲେ। ସଦସ୍ୟମାନଙ୍କ କହିବା ଅନୁଯାୟୀ, ଟଙ୍କା ଫେରସ୍ତ ନ ହେଉଅଯାଏ ପର୍ଯ୍ୟନ୍ତ ସେମାନେ ଏହି ଧାରଣା ଜାରି ରଖିବେ। ଏପଟେ, ଯାତ୍ରା ପାର୍ଟିର ପରିଚାଳକ ପଣ୍ଡା ବାବୁ କହିଛନ୍ତି ଯେ ଟଙ୍କା ଲେନଦେନ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ଏବଂ ଧାରଣାରେ ବସିଥିବା କମିଟି ସଦସ୍ୟମାନଙ୍କ ଉପରେ ପାଲଟା ଅଭିଯୋଗ ମଧ୍ୟ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପରିସ୍ଥିତିକୁ ନଜରରେ ରଖିଥିବା ବେଳେ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.