Home ଜିଲ୍ଲା ପରିକ୍ରମା ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘରୁ କଳା କନା ବୁଲାଇଲେ ଚୋର, ଘଟଣା ସ୍ଥଳରେ ପୋଲିସର...

ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘରୁ କଳା କନା ବୁଲାଇଲେ ଚୋର, ଘଟଣା ସ୍ଥଳରେ ପୋଲିସର ତଦନ୍ତ

24

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ସୋହଡ଼ା ପଂଚାୟତ ମିଶ୍ରପୁର ଗ୍ରାମ ରେ ଘରେ ଚୋର ପସି ବିଭିନ୍ନ ଘୋରୋଇ ସାମଗ୍ରୀ ଚୋରୀ କରିବା ଅଭିଯୋଗ ରେ ପୋଲିସ ତଦନ୍ତ କରୁଛି । ସୁଚନା ଥାଉ କି ଉକ୍ତ ଗ୍ରାମର ସରସ୍ୱତୀ ସାହୁ ଙ୍କ ଅଭିଯୋଗ ରୁ ଜଣାଯାଇଛି ଯେ ତାଙ୍କ ଗ୍ରାମ ରେ ଯାତ୍ରା ହେଉଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ପରିବାର ଲୋକ ଖାଇ ସାରି ଘର ଚାବି ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ।ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘର ଚାବି ଭାଙ୍ଗି ଗ୍ରିଲ୍ ଓ କବାଟ କୁ ଶାବଳ ରେ ତାଡି ଘରେ ପଶି ଏକ ବାକ୍ସ ରେ ଥିବା ନଗଦ ୨୦ ହଜାର ଟଙ୍କା,ଦୁଇ ଭରି ରୁ ଅଧିକ ସୁନା ଅଳଙ୍କାର,୨୫୦ ଶହ ଗ୍ରାମ ରୁ ଅଧିକ ରୂପା ଅଳଂକାର,କଂସା,ପିତଳ,ଷ୍ଟିଲ ବାସନ,ଦାମିକା ଶାଡୀ ନେଇଛନ୍ତି। ତେବେ ଯାତ୍ରା ରୁ ଘରକୁ ଫେରି ଦେଖନ୍ତି ତ ଘର ତାଲା ଭଙ୍ଗା ହୋଇଚି ଓ ଘର ଭିତରେ ସବୁ ଚିତ୍ର ଦେଖି ସରସ୍ୱତୀ ର ହୋଶ ଉଡ଼ି ଯାଇଥିଲା।ଏନେଇ ସରସ୍ୱତୀ ଙ୍କ ସ୍ୱାମୀ ସୁଶାନ୍ତ କୋଲକାତା ରେ ଥିବାରୁ ସରସ୍ୱତୀ ଶନିବାର ଧାମନଗର ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇ ଧାମନଗର ପୋଲିସ ରବିବାର ମଧ୍ୟାହ୍ନ ରେ ସନ୍ଧାନି କୁକୁର ନେଇ ଘଟଣା ସ୍ଥଳ ତଦନ୍ତ କରିଛି।ତେବେ ସନ୍ଧାନୀ କୁକୁର ଚୋରି ସଂପର୍କ ରେ କୌଣସି ସୁରାକ ପାଇନାହିଁ। ତେବେ ଘଟଣା ର ତଦନ୍ତ ଚାଲିଚି ଖୁବ ଶୀଘ୍ର ଚୋର କୁ ଗିରଫ କରାଯିବ ବୋଲି ଥାନା ଅଧିକାରି ଗୋପାଳ ଜେନା କହିଛନ୍ତି ।ତେବେ ଏହି କିଛିଦିନହେବ ଲଗାତାର ଭାବରେ ଚୋରୀ ବୃଦ୍ଧି ସହିତ ଚୋରାମଦ, ଡ୍ରଗସ ଓ ଗୋ ଚାଲାଣ ବୃଦ୍ଧି ପାଇଛି ଏ ଦିଗରେ ପୋଲିଚି ଅଧିକ ସଚେତନ୍ ହେବାକୁ ବିଭିନ୍ନ ମହଲ ରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.