Home ଜିଲ୍ଲା ପରିକ୍ରମା ଯାତାୟତ ରାସ୍ତା ଅବରୋଧକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଯାତାୟତ ରାସ୍ତା ଅବରୋଧକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

45

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପଞ୍ଚାୟତ ସମିତି ଅଧୀନସ୍ଥ ଗୁଜିଦରଡା ପଂଚାୟତର ଦାଣ୍ଡିସାହି ନିବାସୀ ହରମୋହନ ବେହେରାଙ୍କ ପରିବାର ଯାତାୟତ ରାସ୍ତା ଅବରୋଧକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ ଧାରଣାରେ ବସିଥିବା ନନ୍ଦିନୀ ବେହେରା ଓ ହରମୋହନଙ୍କ ଅଭିଯୋଗରୁ ଯାହା ଜଣାଯାଏ ତାଙ୍କ ପରିବାର ଦୀର୍ଘ ଦେଢଶହ ବର୍ଷ ଧରି ଯେଉଁ ରାସ୍ତାରେ ଯାତାୟତ କରୁଥିଲେ, ତାହା କେତେକ ସ୍ଥାନୀୟ ବ୍ୟକ୍ତି ଆକ୍ରୋଶ ମୂଳକ ଭାବେ ଅବରୋଧ କରିଛନ୍ତି । ଫଳରେ ସେମାନେ ଏବେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି । ଅନ୍ୟମାନଙ୍କ ଘର ରାସ୍ତା ଦେଇ ଯିବାଆସିବା କରିବା ଫଳରେ ସେମାନେ ତାଙ୍କୁ ବାରଣ କରୁଛନ୍ତି । ଏ ସଂପର୍କରେ ସେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଅର୍ଣ୍ଣପାଳ ରାଜସ୍ୱ ନିରୀକ୍ଷକ ପର୍ଯ୍ୟନ୍ତ ଜଣାଇଥିଲେ ବି କୌଣସି ପଦକ୍ଷେପ ନନିଆଯିବାରୁ ଆଜି ବାଧ୍ୟହୋଇ ଉକ୍ତ ପରିବାରର ସମସ୍ତ ବ୍ୟକ୍ତି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଏ ସଂପର୍କରେ ଜିଲା ପ୍ରଶାସନ ପକ୍ଷରୁ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.