Home ଜିଲ୍ଲା ପରିକ୍ରମା ଯାତାୟତ ରାସ୍ତାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ; ୭ ଆହତ, ଜଣେ ଗୁରୁତର

ଯାତାୟତ ରାସ୍ତାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ; ୭ ଆହତ, ଜଣେ ଗୁରୁତର

22

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୀରହାଟ ଥାନା ହରସିଂପୁର ପଂଚାୟତ ଅଧୀନ ବାରବାଟିଆ ବସ୍ତିରେ ଏକ ଯାତାୟତ ରାସ୍ତାକୁ ନେଇ ଦୁଇ ପରିବାର ମଧ୍ୟରେ ଶନିବାର ଅପରାହ୍ନରେ ସଂଘର୍ଷ ଉପୁଜିଛି। ଏହି ସଂଘର୍ଷରେ ଉଭୟ ପରିବାରର ୭ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଛନ୍ତି। ଗରୁତର ଆହତ ହୋଇଥି ବ୍ୟକ୍ତି ହେଲେ ଦୌଲତ ସାହାଜୀ (୩୫) ଏବଂ ଆହତ ହୋଇଥିବା ବ୍ୟକ୍ତି ହେଲେ ଯଦୁ ସାହାଜୀ (୫୦), ସାଜନ ସାହାଜୀ (୩୪), ଲୋବତା ବିବି (୨୫), ଜାହାଙ୍ଗୀର ସାହାଜୀ (୩୫), ଉମରସାହା କାଦିର (୭୬), ଖୁସ୍ ବିବି (୪୫) ବୋଲି ଜଣା ପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ବସ୍ତୀର ଏକ ଯାତାୟତ ରାସ୍ତାକୁ ଗୋଟିଏ ପରିବାର ନିଜ ଜମି କହୁଥିବା ବେଳେ ଅପରପକ୍ଷମାନେ ଏହାକୁ ସର୍ବସାଧାରଣ ରାସ୍ତା କହୁଥିବାରୁ ଉଭୟ ପରିବାରଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିବା ଜଣାପଡ଼ିଛି। ଏହାକୁ କେନ୍ଦ୍ର କରି ଶୁକ୍ରବାର ବସ୍ତିର ଜଣେ ବ୍ୟକ୍ତି ଟ୍ରଲି ନେଇ ଯାଉଥିବା ବେଳେ ଅପରପକ୍ଷ ମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଆକ୍ରମଣରେ ଶିକାର ହୋଇଥିବା ପରିବାର ଲୋକ ଏହାକୁ ବିରୋଧ କରିବାରୁ ଅପରପକ୍ଷମାନେ ସେମାନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଉତେଜନା ଥିବା ବେଳେ ଶନିବାର ଅପରାହ୍ନରେ ଦୁଇ ପରିବାର ମଧ୍ୟରେ ପୁନର୍ବାର ସଂଘର୍ଷ ଉପୁଜିଥିଲା। ଏହି ଘଟଣାରେ ଗୋଟିଏ ପକ୍ଷରୁ ଉଦ୍ଧିର ସାହାଜୀ ଥାନାରେ ଏତଲା ଦେଇଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅପର ପକ୍ଷରୁ କୌଣସି ଏତଲା ହୋଇ ନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.